Latest Odisha News

୨୦୨୪ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ପିଏମ୍ ନରେନ୍ଦ୍ର ମୋଦୀ; କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଏକ ଟ୍ୱିଟ କରିଛନ୍ତି ଯେଉଁଥିରେ ସେ ଦାବି କରିଛନ୍ତି ଯେ ୨୦୨୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ଏହି ଟ୍ୱିଟ ମାଧ୍ୟମରେ ସେ ପ୍ରକୃତରେ ଏକ ରିପୋର୍ଟ ସେୟାର କରିଛନ୍ତି।

OECD, ୨୦୨୨ ମସିହାରେ ଭାରତର ଅଭିବୃଦ୍ଧି ହାର ୧୨.୬ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। OECD ଅନୁଯାୟୀ ଭାରତ ଅନେକ ଆର୍ଥିକ ସଂସ୍କାର ଆଣିଛି, ଯାହା ଏହାକୁ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବ।

କଙ୍ଗନା ଲେଖିଛନ୍ତି, ‘ ମୁଁ କହୁଛି ୨୦୨୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ’। ତାଙ୍କ ଟ୍ୱିଟ୍‌ରେ କୁହାଯାଇଛି ଯେ ଦେଶର ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଏହା କୁହାଯାଇପାରେ ଯେ ବିଜେପି ଆଉ ରାଜନୈତିକ ଦଳ ନୁହେଁ। ଏହା ଏକ CULT ଏବଂ ନରେନ୍ଦ୍ର ମୋଦୀ ଜଣେ ନେତା ନୁହଁନ୍ତି ବରଂ ସେ ଏକ ଉତ୍ସାହ।

Leave A Reply

Your email address will not be published.