Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୨ ମୃତ, ୨ ଗୁରୁତର

ଭୁବନେଶ୍ୱର: ବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ରାତି ୧୦ଟା ଯାଏ ଖୋର୍ଦ୍ଧା ଜିଲ୍ଲା ସହ ଭୁବନେଶ୍ୱର ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି।

ଭୁବନେଶ୍ୱର ପାଣିପାଗ ବିଭାଗ ଅନୁସାରେ ଖୋର୍ଦ୍ଧା, କଟକ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, କାନ୍ଧମାଳ, ବୌଦ ଏବଂ ସୋନପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବା ନେଇ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ କୁହାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରାଘାତ ଯୋଗୁଁ ପ୍ରାଣ ହରାଇଛନ୍ତି ୨ ବ୍ୟକ୍ତି। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବଲାକିରାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। ଘରକୁ ଫେରିବା ସମୟରେ ବୌଦ୍ଧ ଥାନା ପିଙ୍ଗଲବେଡା ସୁରସନାଲି ଠାରେ ବଜ୍ରପାତ ହୋଇଥିଲା। ମୃତକ ଜଣକ ହେଲେ ବଲାକିରା ଗ୍ରାମର ତରୁଣ ମହାକୁ। ସେହିପରି ବାଲାକିରାରେ ୩ ସାଙ୍ଗ ଗଛ ତଳେ ଥିବା ବେଳେ ବଜ୍ରପାତ ଘଟିଥିଲା। ଅନ୍ୟପଟେ ଭଞ୍ଜନଗର ନିକଟ ଦିଗାମ୍ବରପଲ୍ଲୀ ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟିଥିଲା।

Leave A Reply

Your email address will not be published.