Latest Odisha News

BREAKING NEWS

ସେମିଫାଇନାଲରେ ବର୍ଷା ଆଶଙ୍କା : ମ୍ୟାଚ ବାତିଲ ହେଲେ ଭାରତ ଫାଇନାଲକୁ ଯିବ

ସିଡନୀ: ଆଇସିସି ମହିଳା ଟି୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଗୁରୁବାର ଖେଳାଯିବ । ଏହି ମ୍ୟାଚରେ କିନ୍ତୁ ବର୍ଷା ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ଷା ଯୋଗୁ ମ୍ୟାଚ ସମ୍ଭବପର ନ ହେଲେ ଭାରତ ଇଂଲଣ୍ଡକୁ ପଛରେ ପକାଇ ଫାଇନାଲରେ ପ୍ରବେଶ କରିବ ।

ଗ୍ରୁପ୍ ପର‌୍ୟ୍ୟାୟରେ ଭାରତ ତା’ର ସବୁଯାକ ମ୍ୟାଚ୍ ଜିତି ତାଲିକାର ଶୀର୍ଷରେ ଥିଲା । ଏହି କାରଣରୁ ଟିମ୍ ଫାଇନାଲରେ ପ୍ରବେଶ କରିବ । ସେହିପରି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ମଧ୍ୟ ବର୍ଷା ବାଧା ଦେବାର ସମ୍ଭବନା ରହିଛି।  ଯଦି ଏହି ମ୍ୟାଚକୁ ବି ବର୍ଷା ଧୋଇ ଦିଏ, ତାହେଲେ ଗ୍ରୁପ୍‌-ବି’ରେ ଶୀର୍ଷରେ ଥିବା ଦକ୍ଷିଣ ଆଫ୍ରିକା ଫାଇନାଲକୁ ଉନ୍ନୀତ ହେବ ।

Leave A Reply

Your email address will not be published.