Latest Odisha News

BREAKING NEWS

ହିରୋ ସାଇକେଲ ଚୀନ ସହ ୯୦୦ କୋଟି ଟଙ୍କାର ବ୍ୟାପାର ରଦ୍ଦ କଲା

ନୂଆଦିଲ୍ଲୀ: ଭାରତରେ ଚୀନ ସାମଗ୍ରୀ ବହିଷ୍ମାର ଜୋର ଧରିଛି । ସରକାର କେତେକ ପଦକ୍ଷେପ ନେବା ପରେ ଏବେ ବିଭିନ୍ନ କମ୍ପାନୀ ଏଥିନେଇ ଆଗକୁ ଆସିଛନ୍ତି । ହିରୋ ସାଇକେଲ ଚୀନ କମ୍ପାନୀ ସହ କରିଥିବା ୯୦୦ କୋଟି ଟଙ୍କାର ବ୍ୟବସାୟକୁ ରଦ୍ଦ କରିଛି । ନିକଟରେ କମ୍ପାନୀ କେନ୍ଦ୍ର ସରକାରଙ୍କୁ ୧୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲା ।

ସବୁଠାରୁ ବଡ କଥା ହିରୋ ଅନ୍ୟ ଛୋଟ କମ୍ପାନୀକୁ ମଧ୍ୟ ଏକତ୍ର ହେବା ପାଇଁ ଆହ୍ୱାନ କରିଛି । ହିରୋର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରାଯାଉଛି । ଭାରତ-ଚୀନ ସୀମାରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଚୀନ ପ୍ରତି ଆକ୍ରୋଶ ମନୋଭାବ ଦେଶରେ ଦେଖିବାକୁ ମିଳିଥିଲା । ସରକାର ମଧ୍ୟ ୫୯ ଚାଇନିଜ ଆପ୍ ବନ୍ଦ କରି ଦେଶବାସୀଙ୍କୁ ବୟକଟ ନେଇ ବାର୍ତା ଦେଇଥିଲେ ।

Leave A Reply

Your email address will not be published.