ଲକ୍ଷ୍ନୈା: ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ଯୁବକ ଗିରଫ । ଧମକ ଦେଇଥିବା ରାଜ ମହମ୍ମଦକୁ ଲକ୍ଷ୍ନୈା ଏଟିଏସ୍ ଗିରଫ କରିଥିବା କହିଛି । ହ୍ୱାଟସଆପରେ ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇଦେବାକୁ ମେସେଜ ଦେଇଥିଲା ରାଜ୍ ।
ମେସେଜରେ ରାଜ୍ ଲକ୍ଷ୍ନୌ, ଗୋଣ୍ଡା, ନୱାବଗଞ୍ଜ ଓ କର୍ଣ୍ଣାଟକର ୪ଟି ସ୍ଥାନରେ ଥିବା ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇବାକୁ ଧମକ ଦେଇଥିଲା । ଏନେଇ ଅଭିଯୋଗ ହେବା ପରେ ଲକ୍ଷ୍ନୈା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏଟିଏସ ପକ୍ଷରୁ ତଦନ୍ତ ଆରମ୍ଭ ବେଳେ ମୋଇବାଲ ନମ୍ବରକୁ ଟ୍ରାକ୍ କରାଯାଇଥିଲା । ପ୍ରଥମେ ବିଦେଶୀ ନମ୍ବରରେ ଏହି ହ୍ୱାଟସଆପ୍ ମେସେଜ ଆସିଥିଲା । ହିନ୍ଦୀ, ଇଂରାଜୀ ଓ କନ୍ନଡ ଭାଷାରେ ଏହି ଧମକ ମେସେଜ ଆସିଥିଲା ।
ଧମକ ଦେଇଥିବା ଯୁବକଙ୍କ ମୋବାଇଲକୁ ଟ୍ରାକ କରିବା ପରେ ରାଜ୍ ଅହମ୍ମଦ ହିଁ ମେସେଜ ଦେଇଥିବା ଜଣାପଡିଥିଲା । ଲକ୍ଷ୍ନୌ ପୋଲିସ ରାଜ୍ କୁ ତାମିଲନାଡୁରୁ ଗିରଫ କରିଛି । ଅଭିଯୁକ୍ତ ରାଜ ମହମ୍ମଦ ହ୍ୱାଟସଆପ ମାଧ୍ୟମରେ ଏଭଳି ମେସେଜ ଦେଉଥିବା ବେଳେ ତାହାର ଆଉ କାହା ସହ ଲିଂକ ଅଛି କି ନାହିଁ ପୋଲିସ ତଦନ୍ତ ପରେ ଜଣାପଡିବ । ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଏଟିଏସ ପକ୍ଷରୁ ଅନ୍ୟରାଜ୍ୟକୁ ମଧ୍ୟ ସତର୍କ କରାଯାଇଛି ।
Comments are closed.