Latest Odisha News

BREAKING NEWS

ଆଜିଠୁ ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିବ ତେଜସ୍ କୋଚ

ଭୁବନେଶ୍ବର: ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ ତେଜସ କୋଚ ସହ ଚଳାଚଳ କରିବ ।ବୁଧବାରଠାରୁ ଏହା ଚଳାଚଳ କରିବ । ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ଲାଗିବ ତେଜସ କୋଚ ।ଏହିଏକ୍ସପ୍ରେସ ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ଏବଂ ସେପ୍ଟେମ୍ବର ୧ରୁ ନୂଆଦିଲ୍ଲୀରୁ ଚାଲିବ ।

ରାଜଧାନୀ ଏକ୍ସପ୍ରେସକୁ ତେଜସ କୋଚ ସହ ଚଳାଚଳ  ଅଗଷ୍ଟ ୧୪ରେ ଉଦଘାଟନ ହୋଇଥିଲା ।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ  ଏହାକୁ  ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ତେଜସ କୋଚଗୁଡିକରେ ଅତ୍ୟାଧୁନିକ ସୁବିଧା ରହିଛି । ଅନ୍ୟ ଟ୍ରେନତୁଳନାରେ ଏଥିରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ବ୍ୟବସ୍ଥା କରା ଯାଇଛି । ଯେମିତି,  ଇଲେକ୍ଟ୍ରୋ-ପେନ୍ୟୁମାଟିକ ସହାୟକ ହୋଇଥିବା ବ୍ରେକ୍, ସ୍ୱୟଂଚାଳିତ ପ୍ରବେଶ ପ୍ଲଗ୍‌ ଦ୍ୱାର, ସିଟ୍‌ଗୁଡ଼ିକରେ ପୁନଃ ଡିଜାଇନ୍ ହୋଇଛି । ଏଥିସହିତ ଏଥିରେ  ଇ-ଲେଦର ଚଟାଣ, ବାୟୋ-ଟଏଲେଟ୍, ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ୍ ଗନ୍ତବ୍ୟସ୍ଥଳ ବୋର୍ଡ, ଇଲେକ୍ଟ୍ରୋନିକ୍ ଯାତ୍ରୀ ସଂରକ୍ଷଣ ଚାର୍ଟ, ଅଗ୍ନି ଓ ଧୂଆଁ ଚିହ୍ନଟ ପ୍ରଣାଳୀ, ସିସିଟିଭି କ୍ୟାମେରା, ଉନ୍ନତ ଶୌଚାଳୟ, ଜଳସ୍ତରର ସୂଚକ ଆଦି ଯାତ୍ରୀଙ୍କୁ ଉନ୍ନତ ମାନର ଯାତ୍ରା ଉପଲବ୍ଧି ପ୍ରଦାନ କରାଇବ।

 

Leave A Reply

Your email address will not be published.