Latest Odisha News

BREAKING NEWS

ଆରଆରଆର ପାଇଁ ନିର୍ଦ୍ଦେଶକ ରାଜମୌଲୀଙ୍କୁ ମିଳିଲା ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ପୁରସ୍କାର

ନ୍ୟୁୟର୍କ: ଆରଆରଆର ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜମୌଲୀ ଶନିବାର ଆଉ ଏକ କମାଲ କରିଛନ୍ତି । ଷ୍ଟିଭନ ସ୍ପିଲବର୍ଗ, ଡ୍ୟାରେନ ଏରୋନଫିସକୀ ଓ ସାରା ପୋଲିଙ୍କୁ ପଛରେ ପକାଇ ରାଜମୌଲୀ ଏହି ସଫଳତା ହାସଲ କରିଛନ୍ତି । ଜାନୁୟାରୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ହଲିଉଡର ଆଗଧାଡିର ସମୀକ୍ଷକଙ୍କୁ ନେଇ ଗଠିତ ଏକ କମିଟି ତାଙ୍କୁ ଚୟନ କରିଛନ୍ତି । ୧୯୩୫ରେ ଏହି କମିଟି ଗଠନ ହୋଇଥିଲା । ଆରଆରଆର ଫିଲ୍ମ ଏ ପର୍ଯ୍ୟନ୍ତ ୱାର୍ଲ୍ଡ ୱାଇଡ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ଅଲ୍ଲୁରୀ ସୀତାରାମ ରାଜୁ ଓ କୋମାରାମ ଭୀମଙ୍କ ଏକ କାଳ୍ପନିକ କାହାଣୀ ଉପରେ ଏହା ଆଧରିତ ।

ଜୁନିୟର ଏନଟିଆର ଓ ରାମଚରଣ ଏଥିରେ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ରାଜମୌଲୀ ଏବେ ଆରଆରଆରକୁ ଓସ୍କାର ଦୌଡରେ ସାମିଲ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରୀ ରଖିଛନ୍ତି ।

Leave A Reply

Your email address will not be published.