Latest Odisha News

Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜାନୁଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ସଂଗୀତ ଉତ୍ସବ ଆୟୋଜିତ ହେବ। ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରହିଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ରାଜାରାଣୀ ସଂଗୀତ ଉତ୍ସବର ପ୍ରଥମ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଚଳିତ ବର୍ଷ ରାଜାରାଣୀ ସଂଗୀତ ଉତ୍ସବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ସଂଗୀତଜ୍ଞମାନେ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ କରିବେ।

ପୁରୀ ଜିଲ୍ଲାର ଗୁରୁ ଅଚ୍ୟୁତ ମହାରଣା ଓ ଗ୍ରୁପ “ଓଡ଼ିଶୀ ସଂଗୀତ”, ପଦ୍ମଶ୍ରୀ ପଣ୍ଡିତ ସୁରେଶ ତଲୱାର ଓ ଗ୍ରୁପ “ତାଳ କୀର୍ତ୍ତନ”, ଡ଼. ସୁମିତ୍ରା ବାସୁଦେବ “କର୍ଣ୍ଣାଟକୀ ସଂଗୀତ”, ଡ଼. ଉଲ୍ହାସ କଶଲକର “ହିନ୍ଦୁସ୍ତାନୀ ସଂଗୀତ”, ଗୁରୁ ବିଶ୍ୱ ରଞ୍ଜନ ନନ୍ଦ ଓ ଗ୍ରୁପ “ତବଲା ଓ ମର୍ଦ୍ଦଳ ଯୁଗଳବନ୍ଦୀ” ଏବଂ ପଣ୍ଡିତ ଅଭୟ ରୁସ୍ତୁମ୍ ସୋପୋରି “ବାଦ୍ୟ ସଂଗୀତ” ପରିବେଷଣ କରିବେ।

Comments are closed.