Latest Odisha News

ନଦୀକୁ ଖସିଲା ବରଯାତ୍ରୀ ବସ୍: ୨୦ରୁ ଅଧିକ ମୃତ

କୋଟା: ରାଜସ୍ଥାନର କୋଟାରୁ ମାୟରା ଯାଉଥିବା ଏକ ବରଯାତ୍ରୀ ବସ ନଈକୁ ଖସି ପଡିବାରୁ ୨୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି ।

ବୁଧବାର ଦିନ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୩୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବରଯାତ୍ରୀ ବସଟି ଦ୍ରୁତ ଗତିରେ ଯାଉଥିବା ବେଳ ହଠାତ ନିଜର ଭାରସାମ୍ୟ ହରାଇ ବସିଥିଲା । ପୋଲରେ ଯାଉଥିବା ବସ୍‌ଟି ନଦୀକୁ ଖସିପଡିଥିଲା । ତେବେ ବସ୍‌ଟି ପୋଲ ତଳକୁ ଖସିପଡୁଥିବା ଦେଖି ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ସ୍ଥାନୀୟଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।

ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳଙ୍କ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ନଦୀରେ ବସ୍‌ଟି ବୁଡିଯିବା ଯୋଗୁଁ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଉଦ୍ଧାରକାରୀ ଦଳ ବସ୍‌ରେ ଥିବା ଅନ୍ୟ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଥିବା ସୂଚନା ମିଳିଛି । ସମସ୍ତ ମୃତକ କୋଟାର ବାସିନ୍ଦା ବୋଲି ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.