Latest Odisha News

BREAKING NEWS

ଛାତ୍ରୀଙ୍କୁ ପରିସ୍ରା ମିଶ୍ରିତ ପାଣି ପିଆଇ ଦେଲା ଛାତ୍ର; ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ, ଭାଙ୍ଗିଲା ପୋଲିସ ଗାଡ଼ି

ଜୟପୁର: ରାଜସ୍ଥାନର ଭିଲୱାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କୁ ଅନ୍ୟ ସମ୍ପ୍ରଦାୟର ଛାତ୍ର ପରିସ୍ରା ମିଶ୍ରିତ ପାଣି ପିଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ଘଟଣା ସାମ୍ନାକୁ ଆସିବା ପରେ ଉଭୟ ପକ୍ଷରୁ ପଥର ମାଡ଼ ହୋଇଛି। ଏହି ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ଆକ୍ସନ ମୁଡରେ ଆସିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

BjdElectrycity

ପୋଲିସର ସୂଚନାନୁସାରେ ଶୁକ୍ରବାର ଜଣେ ଛାତ୍ରୀଙ୍କୁ ଅନ୍ୟ ସମ୍ପ୍ରଦାୟର ଜଣେ ଛାତ୍ର ଏକ ପାଣି ବୋତଲରେ ପରିସ୍ରା ମିଶାଇ ପିଆଇ ଦେଇଥିଲା। ଏହି ଘଟଣାରେ ଛାତ୍ରୀଜଣଙ୍କ ନିଜ ପରିବାର ଲୋକଙ୍କୁ ଯାଇ ଉକ୍ତ ଛାତ୍ର ବିରୋଧରେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ଦୁଇ ଦିନ ଧରି ଉଭୟ ପକ୍ଷରୁ ଉତ୍ତେଜନା ଜାରି ରହିଥିଲା। ସୋମବାର ଲୁହାରିୟା ବସ ଷ୍ଟାଣ୍ଡରେ ଉଭୟ ପକ୍ଷର ଲୋକେ ମୁହାଁମୁହିଁ ହୋଇଥିଲେ। ଏପରିକି ଉଭୟ ପକ୍ଷରୁ ପଥର ମାଡ଼ ମଧ୍ୟ ହୋଇଥିଲା। ଫଳରେ ପୋଲିସ ଗାଡ଼ି ମଧ୍ୟ ଭାଙ୍ଗି ଯାଇଥିଲା। ପୋଲିସ ଉତ୍ତ୍ୟେକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା।

କିନ୍ତୁ ପୋଲିସ ବିଫଳ ହେବା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କଲା। ସ୍ଥିତି ଏତେ ଖରାପ ଥିଲା ଯେ ନିକଟସ୍ଥ ଥାନାରୁ ପୋଲିସ ଏଏସପି, ଡିଏସପି, ଏସଏଚଓଙ୍କ ସହିତ ଅତିରିକ୍ତ ପୋଲିସ ଫୋର୍ସ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି।

Leave A Reply

Your email address will not be published.