Latest Odisha News

BREAKING NEWS

କୁବେର ସାଜିଲା ମାଙ୍କଡ, ଗଛ ଉପରୁ କଲା ଟଙ୍କା ବର୍ଷା

ଉତ୍ତରପ୍ରଦେଶ: ମାଙ୍କଡଙ୍କ ବଦମାଶୀରେ ପ୍ରାୟ ସମସ୍ତେ ଅତିଷ୍ଠ ହୋଇପଡିଥାନ୍ତି । ଛାତ ଉପରେ କପଡା ଫିଙ୍ଗା ଫୋପଡାଠୁ ଆରମ୍ଭ କରି ଘରେ ପଶି ଉତ୍ପାତ ହେବାରେ ଏମାନେ ବେଶ ମାହିର । ହେଲେ ନିକଟରେ ଏକ ମାଙ୍କଡର କାରନାମା ସମସ୍ତଙ୍କୁ ଚକିତ କରିଥିଲା । ନୋଟ ଭର୍ତ୍ତି ଏକ ବ୍ୟାଗକୁ ଚୋରି କରିବା ପରେ ଗଛ ଉପରେ ଚଢି ସେହି ମାଙ୍କଡଟି ଟଙ୍କା ଫୋଡାଡି ଚାଲିଥିଲା ।

ଉତ୍ତରପ୍ରଦେଶର ସୀତାପୁରରୁ ଏହି ଘଟଣାଟି ସାମ୍ନାକୁ ଆସିଛି । କାସୀମପୁରର ଭଗବାନ ଦୀନ ନାମକ ଜଣେ ବୟସ୍କ ବ୍ୟକ୍ତି ଗତକାଲି ଜମି ବିକ୍ରି କରି ୪ଲକ୍ଷ ଟଙ୍କା ପାଇଥିଲେ । ରେଜଷ୍ଟ୍ରୀ ଅଫିସରୁ ଫେରିବାବେଳେ ହାଲିଆ ହୋଇ ସେ ଗଛତଳେ ବସିଥିଲେ । ହଠାତ କିଛି ମାଙ୍କଡ ତାଙ୍କ ନିକଟରେ ପହଂଚିଥିଲେ । କିଛି ବୁଝିବା ଆଗରୁ ଗୋଟିଏ ମାଙ୍କଡ ତାଙ୍କ ହାତରୁ ଟଙ୍କା ବ୍ୟାଗଟି ଛଡାଇ ଛୁ ମାରିଥିଲା ।

ତେବେ ମାମଲା ଏତିକିରେ ଥମିନଥିଲା । ମାଙ୍କଡଟି ଗଛ ଉପରେ ଚଢି ୫୦୦ ଟଙ୍କାର ନୋଟଗୁଡିକ ତଳକୁ ଫୋଡିବାରେ ଲାଗିଥିଲା । ଗଛ ଉପରୁ ଟଙ୍କା ବର୍ଷା ହେବା ଦେଖି ଲୋକଙ୍କର ଭିଡ ଜମିଥିଲା । ମାଙ୍କଡଠୁ ଲୋକେ ବ୍ୟାଗକୁ ଛଡାଇବାକୁ ଚେଷ୍ଟା କରିଥିଲେ । ହେଲେ ମାଙ୍କଡଟି ବ୍ୟାଗ ଫେରାଇବା ପରିବର୍ତ୍ତେ ନୋଟ ବଣ୍ଡଲରୁ ଟଙ୍କା ବାହାର କରି ଫିଙ୍ଗି ଚାଲିଥିଲା ।

ବହୁଚେଷ୍ଟା କରିିବା ପରେ ମାଙ୍କଡଟି ଶେଷରେ ବ୍ୟାଗଟିକୁ ତଳକୁ ଖସାଇଦେଇଥିଲା । ଖୋଳତାଡରେ ଜଣାପଡିଥିଲା ମାଙ୍କଡଟି ପ୍ରାୟ ୧୦ରୁ ୧୨ ହଜାର ଟଙ୍କାର ନୋଟ୍ ନଷ୍ଟ କରିଦେଇଥିଲା । ତେବେ ଶେଷ ସମୟରେ ବି ମାଙ୍କଡ ଗୋଟିଏ ୫୦୦ ଟଙ୍କିଆ ନୋଟ ବଣ୍ଡଲକୁ ହାତଛଡା କରିନଥିଲା ।

Leave A Reply

Your email address will not be published.