Latest Odisha News

BREAKING NEWS

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା : ୩୨ ବର୍ଷ ପରେ ପେରାରିଭଲନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାଲାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ୩୨ ବର୍ଷ ପରେ ଦୋଷୀ ପେରାରିଭଲନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଟାଡା ଅଦାଲତ ଏବଂ ସୁପ୍ରିମକୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ପରେ ଏହାକୁ ଆଜୀବନ ଦଣ୍ଡାଦେଶରେ ପରିଣତ କରାଯାଇଥିଲା ।

ତାମିଲନାଡୁ ସରକାର ପେରାରିଭଲନଙ୍କ ଦଣ୍ଡାଦେଶକୁ ସମାପ୍ତ କରିବା ପାଇଁ ଏକ ପ୍ରସ୍ତାବ ପାସ କରିଥିଲେ । ଗଭର୍ଣ୍ଣର ଏବଂ ରାଷ୍ଟ୍ରପତିଙ୍କ ପାଖରେ ଏହା ଦୀର୍ଘ ଦିନ ଧରି ପଡି ରହିଥିଲା । ଶେଷରେ ସୁପ୍ରିମକୋର୍ଟ ବିଳମ୍ବ ନେଇ ରାଜ୍ୟପାଳଙ୍କୁ ସମାଲୋଚନା କରିବା ସହ ଉପରୋକ୍ତ ଶୁଣାଣୀ କରିଛନ୍ତି ।

Comments are closed, but trackbacks and pingbacks are open.