Latest Odisha News

BREAKING NEWS

ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ: ଆର୍ଥିକ ସ୍ତରରେ ଋଷ ପ୍ରଭାବିତ ହେଉଥିବା ୟୁକ୍ରେନର ଦାବି

ଦିଲ୍ଲୀ : ତୀବ୍ରରୁ ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ। ଲାଗୁନି ବିରାମ । ଋଷ ତରଫରୁ ଆଜକୁ ୧୪ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି ଋଷ ସେନା । ଏହାସହ ୟୁକ୍ରେନର ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଇ ସାରିଛନ୍ତି । ଅନ୍ୟପଟେ ଜୀବନ ବିକଳରେ ୨୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଜୀବନ ବିକଳରେ ଦେଶ ଛାଡି ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି ।

୧୪ ଦିନ ଧରି ଯୁଦ୍ଧ ଚାଲିଥିଲେ ବି ୟୁକ୍ରେନ ସେନା ଋଷ ସେନା ଆଗରେ ମୁଣ୍ଡ ନୁଆଁଇ ନାହିଁ । ସେପଟେ ଏହି ଯୁଦ୍ଧରେ ୟୁକ୍ରେନ ଠାରୁ ଋଷ ଅଧିକ କ୍ଷତି ସହୁଛି ।

ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାରେ ଲାଗିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି କିନ୍ତୁ ଅଲଗା କିଛି କହିଛନ୍ତି । ଜେଲେନସ୍କିଙ୍କ ମତରେ ଏହି ଯୁଦ୍ଧରେ ୟୁକ୍ରେନ ଠାରୁ ଋଷ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଜେଲେନସ୍କି କହିଛନ୍ତି କି ୟୁକ୍ରେନ ଉପରେ ଋଷର ୧୩ ଦିନ ଆକ୍ରମଣ କାଳରେ ଋଷ ୩୦ ବର୍ଷର ଗଚ୍ଛିତ ଯୁଦ୍ଧାସ୍ତ୍ର ହରାଇଛି ।

ଏହାସହ ପ୍ରବଳ ଥଣ୍ଡା ଓ ବରଫପାତ କାରଣରୁ ୟୁକ୍ରେନ ଭିତରେ ଋଷସେନା ଲଢିବା ପରିବର୍ତ୍ତେ ନିଜ ଜୀବନ ବଞ୍ଜାଇବାକୁ ସଂଘର୍ଷ କରୁଥିବା କଥା ଜେଲେନସ୍କି ଦାବି କରିଛନ୍ତି । ଏହାସହ ଏହି ଯୁଦ୍ଧରେ ୧୨ ହଜାର ଋଷସେନା ମୃତ୍ୟୁବରଣ କରିଥିବା କଥା ଜେଲେନସ୍କି ଦାବି କରିଛନ୍ତି ।

ଗୋଟିଏ ପଟେ ଯୁଦ୍ଧକୁ ବିରୋଧ କରି ବିଭିନ୍ନ ରାଷ୍ଟ୍ରମାନେ ଋଷ ଉପରେ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଇବାରେ ଲାଗିଛନ୍ତି । ବିଶେଷ କରି ଆମେରିକା ଋଷ ଉପରେ ସର୍ବାଧିକ ପ୍ରତିବନ୍ଧକ ଲଗାଇଛି । ଆର୍ଥିକ ପ୍ରତିବନ୍ଧକ ଓ କାରବାର ଉପରେ ରୋକ ଲଗାଇବା ଫଳରେ ଋଷର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।

ସେପଟେ ବିଭିନ୍ନ ରାଷ୍ଟ୍ରର ପ୍ରତିବନ୍ଧକ ଫଳରେ ଋଷ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି    ।

 

Comments are closed, but trackbacks and pingbacks are open.