Latest Odisha News

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ଓଡ଼ିଶା ଛାତ୍ରୀ

ଭଦ୍ରକ : ଦିନକୁ ଦିନ ଋଷ-ୟୁକ୍ରେନ୍ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ଫେରିବାରେ ଲାଗିଛନ୍ତି । ଏବେ ସୁଦ୍ଧା ବହୁ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ଫେରିବାକୁ ଅନୁରୋଧ କରିଚାଲିଛନ୍ତି । ସେହିଭଳି ଓଡ଼ିଶାର  ଜଣେ ଛାତ୍ରୀ ସେଠାରୁ ନିଜ ଘରକୁ ଫେରିଛନ୍ତି।

ୟୁକ୍ରେନରୁ ଫେରିଛନ୍ତି ଭଦ୍ରକର ଝିଅ ଅର୍ଚ୍ଚନା କର l ଭଦ୍ରକ ବନ୍ତ ଛକରେ ରହୁଥିବା ଉମାକାନ୍ତ କର ଓ ଉର୍ମିଳା କରଙ୍କ ଝିଅ ହେଉଛନ୍ତି ଅର୍ଚ୍ଚନା । ମେଡିକାଲ ୟୁନିଭରସିଟିର ପ୍ରଥମ ବର୍ଷର ଛାତ୍ରୀ l ଅର୍ଚ୍ଚନା ଡିସେମ୍ବର ମାସ ୫ ତାରିଖରେ ୟୁକ୍ରେନ ଯାଇଥିଲେ l ସେଠାରେ ରହୁଥିବା ସମୟରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ଭୟଭୀତ ହୋଇ ଯାଇଥିଲେ ଅର୍ଚ୍ଚନା ।

ଦିନକୁ ଦିନ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ସେଠେରେ ଫସି ରହିଥିବା ଭାରତୀୟ ଫେରିବାରେ ଲାଗିଛନ୍ତି। ଏବେ ସୁଦ୍ଧା ବହୁ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ଫେରିବାକୁ ଅନୁରୋଧ କରିଚାଲିଛନ୍ତି। ସେହିଭଳି ଓଡ଼ିଶାର  ଜଣେ ଛାତ୍ରୀ ସେଠାରୁ ନିଜ ଘରକୁ ଫେରିଛନ୍ତି । ଋଷ-ୟୁକ୍ରେନ୍ କରାଯାଇଥିଲା ।

ଆଉ ତା ପରେ ପରେ ସରକାରଙ୍କ ସହଯୋଗରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ଅର୍ଚ୍ଚନା । ସେଠାରେ ଭୟଙ୍କର ଯୁଦ୍ଧ ପରିସ୍ଥିତିକୁ ବଖାଣିଛନ୍ତି। ତାଙ୍କର ମୁକ୍ତି ପାଇଁ ପରିବାର ଲୋକେ ପ୍ରଶାସନକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Comments are closed, but trackbacks and pingbacks are open.