Latest Odisha News

BREAKING NEWS

କେନ୍ଦୁଝରରେ ହେବିୱେଟଙ୍କ କଡ଼ା ଟକ୍କର: ରାଜନାଥ, ନବୀନଙ୍କ ଗସ୍ତକୁ ନେଇ ରାଜନୀତି ଚଳଚଞ୍ଚଳ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝରରେ ଭୋଟଗ୍ରହଣକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ କେନ୍ଦୁଝର ମୁହାଁ ହେଉଛନ୍ତି ରାଜ୍ୟ ଓ କେନ୍ଦ୍ରୀୟ ନେତା। ଏହାକୁ ନେଇ ଚଳଚଞ୍ଚଳ ରାଜନୀତି। ଏହି ପରିପେକ୍ଷୀରେ ଦୁଇ ହେଭିୱେଟ୍‌ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ କେନ୍ଦୁଝର ନିର୍ବାଚନ ମଣ୍ଡଳିର ସିଲିସୁଆଁ ଫୁଟବଲ ପଡ଼ିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଆନନ୍ଦପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହାଟଡିହି ବ୍ଲକ୍‌ ଅଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା ରହିଛି।

ସେହିପରି ପାଟଣା ନିର୍ବାଚନମଣ୍ଡଳୀର ଅସନପାଟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ ପ୍ରଚାର। ରାଜନାଥ ସିଂହ ପ୍ରଥମେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ନିର୍ବାଚନୀ ସଭାରେ ଯୋଗଦେବେ। ସେଠାରୁ ହେଲିକପ୍ଟର ଯୋଗେ କେନ୍ଦୁଝର ଆସିବେ। ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝୁମ୍ପୁରା ବ୍ଲକ୍‌ ଅସନପାଟରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକଙ୍କ ପାଇଁ ପ୍ରଚାର କରିବେ।

ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩ଟି ଜିଲ୍ଲା ତଥା କେନ୍ଦୁଝର, ଭଦ୍ରକ ଓ ସମ୍ବଲପୁରରେ ପ୍ରଚାର କରିବେ ନବୀନ। ପୂର୍ବାହ୍ନରେ କେନ୍ଦୁଝର ଯାଇ ସେଠାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଗୋପୀନଥପୁରରେ ଜନସଭା କରିବେ ନବୀନ । ଏହାପରେ ଆନନ୍ଦପୁରରେ ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଭଦ୍ରକ ଯାଇ ଭଣ୍ଡାରୀପୋଖରୀରେ ଜନସଭା କରିବେ ବିଜେଡି ସୁପ୍ରିମୋ । ସେଠାରୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୩ଟା ସୁଦ୍ଧା ନବୀନ ନିବାସ ଫେରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରେଙ୍ଗାଲି ଯାଇ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବେ । ବିଜେଡି ନେତାମାନେ ସମସ୍ତ ପ୍ରସ୍ତୁତିର ତଦାରଖ କରିଛନ୍ତି।

ଅନ୍ୟପକ୍ଷରେ ଶାସକ ଦଳ ବିରୋଧରେ ଥିବା ଅସନ୍ତୋଷକୁ ଅସ୍ତ୍ର କରିଛି ବିଜେପି। ତେଣୁ ଦଳର କେନ୍ଦ୍ର ନେତୃତ୍ବ ଏହି ନିର୍ବାଚନମଣ୍ଡଳୀ ଉପରେ ଫୋକସ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା। ତେବେ ଆଜି ଦୁଇ ହେଭିୱେଟ୍‌ଙ୍କ ଗସ୍ତ ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଜେଡି ଓ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଉଭୟ ଦଳର ନେତା ଓ କର୍ମୀମାନେ ଲାଗିପଡ଼ିଛନ୍ତି।

 

Leave A Reply

Your email address will not be published.