Latest Odisha News

BREAKING NEWS

ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ ଉଦଯାପିତ

ଓଡ଼ିଶୀ , ସମ୍ବଲପୁରୀ ଓ ପଲ୍ଲୀନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ ନାଟିକାରେ ଦର୍ଶକ ବିଭୋର

ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦଯାପିତ ହୋଇଯାଇଅଛି । ଏହି ଅବସରରେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗୁରୁ ବିଜୟ କୁମାର ଦାଶଙ୍କୁ ଓଡିଏ ଉତ୍କର୍ଷ ସମ୍ମାନ ୨୦୨୪, ମଧୁସ୍ମିତା ନାଏକଙ୍କୁ ଆରାଧନା ପାଢୀ ସ୍ମୃତି ସମ୍ମାନ ୨୦୨୪ ଓ ଚିନ୍ମୟ ବେହେରାଙ୍କୁ ଓଡିଏ ନବରଙ୍ଗ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି ।

ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ଵାଇଁ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରଭାତି କର, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଦସ୍ୟ ଡକ୍ଟର ସିଦ୍ଧାର୍ଥ ମହାନ୍ତି, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଯୁଗ୍ମ ସଚିବ ମଧୁସ୍ମିତା ମହାନ୍ତି ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦିକା ତଥା ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ବରିଷ୍ଠ ଗୁରୁ, ନୃତ୍ୟଶିଳ୍ପୀ ଓ କର୍ମକର୍ତ୍ତାମାନଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳିତ କରଯାଇଥିଲା । ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଓଡିଶୀ, ସମ୍ବଲପୁରୀ ଓ ପଲ୍ଲୀନୃତ୍ୟ ସହିତ ଓଡିଶୀ ନୃତ୍ୟ ନାଟିକା ମଧ୍ୟ ପରିବେଷିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ରାଉତ ପରିଚାଳନା କରିଥିବା ବେଳେ ଓ ଶ୍ରୀନିବାସ ଘଟୁଆରୀ ସଞ୍ଚାଳନା କରିଥିଲେ ।

Leave A Reply

Your email address will not be published.