Defence industrial ties:ରାଜନାଥ ସିଂହଙ୍କ ଭିଏତନାମ ଏବଂ ଦକ୍ଷିଣ କୋରିଆ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ…
ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଭିଏତନାମ ଏବଂ ଦକ୍ଷିଣ କୋରିଆର ଚାରି ଦିନିଆ ଗସ୍ତରେ ଯାଇଛନ୍ତି । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ପ୍ରତିରକ୍ଷା ସହଭାଗୀତାକୁ ସୁଦୃଢ଼ କରିବା, ରଣନୈତିକ ସାମରିକ ସହଯୋଗ ବୃଦ୍ଧି କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରିବା।
ରାଜନାଥ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସୂଚନା ଦେଇ କହିଛନ୍ତି ଯେ ସେ ହନୋଇ ପହଞ୍ଚି ଏହି ଗସ୍ତ ଆରମ୍ଭ କରିବେ ଏବଂ ଉଭୟ ଦେଶ ସହିତ ଭାରତର ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ଗସ୍ତ ସମୟରେ ତାଙ୍କର ଧ୍ୟାନ ପ୍ରତିରକ୍ଷା ସହଯୋଗ, ସାମରିକ ସହଭାଗୀତା ଏବଂ ସାମୁଦ୍ରିକ ସୁରକ୍ଷା ଉପରେ ରହିବ। ସେ କହିଛନ୍ତି ଯେ ଭାରତ ଭିଏତନାମ ଏବଂ ଦକ୍ଷିଣ କୋରିଆ ସହିତ ଆମର ରଣନୈତିକ ସମ୍ପର୍କକୁ ଆହୁରି ବିସ୍ତାର କରିବାକୁ ଚାହୁଁଛି। ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା ଚ୍ୟାଲେଞ୍ଜ ବୃଦ୍ଧି ପାଉଛି ଏବଂ ଦେଶଗୁଡ଼ିକ ମଧ୍ୟରେ ସହଯୋଗର ଆବଶ୍ୟକତା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି।
ଭିଏତନାମ ଗସ୍ତ ଶେଷ କରିବା ପରେ, ପ୍ରତିରକ୍ଷା ମନ୍ତ୍ରୀ ମଙ୍ଗଳବାର ଦିନ ତିନି ଦିନିଆ ଗସ୍ତ ପାଇଁ ଦକ୍ଷିଣ କୋରିଆ ଯିବେ।
ସୂଚନାଥାଉକି, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଚାରି ଦିନିଆ ଭିଏତନାମ ଏବଂ ଦକ୍ଷିଣ କୋରିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସୋମବାର (୧୮ ମେ, ୨୦୨୬) ଭିଏତନାମର ରାଜଧାନୀ ହନୋଇରେ ପହଞ୍ଚିଥିଲେ। ହନୋଇରେ ପହଞ୍ଚିବା ପରେ, ରାଜନାଥ ସିଂହ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସହିତ ଭାରତର ବର୍ଦ୍ଧିତ ବିଶ୍ୱ ଉପସ୍ଥିତି ବିଷୟରେ ଆଲୋଚନା କରିଥିଲେ।
ସେ କହିଥିଲେ ଯେ, ପୂର୍ବରୁ ଯେତେବେଳେ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ନିଜର ମତାମତ ପ୍ରକାଶ କରୁଥିଲା, ସେତେବେଳେ ଭାରତର ମତାମତକୁ ଗମ୍ଭୀରତା ଦିଆଯାଉନଥିଲା , ଯାହା ପ୍ରକୃତରେ ପାଇବା ପାଇଁ ଯୋଗ୍ୟ ଥିଲା । କିନ୍ତୁ ଏବେ, ଯେତେବେଳେ ଭାରତ ଏକ ଅନ୍ତର୍ଜାତୀୟ ମଞ୍ଚରେ ନିଜର ମତାମତ ପ୍ରକାଶ କରେ, ସମଗ୍ର ବିଶ୍ୱ ଧ୍ୟାନର ସହିତ ଶୁଣେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଏବେ ବିଶ୍ୱ ସ୍ତରରେ ନିଜକୁ ପ୍ରକୃତରେ ପ୍ରତିଷ୍ଠିତ କରିପାରିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୩୧ଟି ଦେଶ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି। ମୁଁ ଆତ୍ମବିଶ୍ୱାସର ସହିତ କହିପାରିବି ଯେ ବିଶ୍ୱର ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଏତେ ଦେଶରୁ ସର୍ବୋଚ୍ଚ ସମ୍ମାନ ପାଇ ନାହାଁନ୍ତି। ଏହି କାରଣରୁ ମୁଁ କହିପାରିବି ଯେ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସେବାରେ ସମର୍ପିତ ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଭାବରେ ଉଭା ହୋଇଛନ୍ତି।”
ରାଜନାଥ ସିଂହ କହିଛନ୍ତି, “ଭାରତ ଆଉ ଦୁର୍ବଳ ନୁହେଁ। ଯେତେବେଳେ ବି ପଡ଼ୋଶୀ ଦେଶ କିଛି ଭୁଲ କରିଛି, ଭାରତ ତାହାର ଉଚିତ ଜବାବ ଦେଇଛି। ଅପରେସନ୍ ସିନ୍ଦୁର ସମସ୍ତଙ୍କୁ ଦେଖାଇ ଦେଇଛି ଯେ ଭାରତ ଆଉ ଦୁର୍ବଳ ନୁହେଁ।”
Comments are closed.