Latest Odisha News

BREAKING NEWS

ବାୟୁସେନାରେ ରାଫେଲ, ଚୀନକୁ ଚେତେଇ ଦେଲେ ରାଜନାଥ

ଅମ୍ବାଲା: ବାୟୁସେନାରେ ବାହୁବଳୀ । ଆଜିଠୁ ବିଧିବଦ୍ଧ ଭାବରେ ଭାରତୀୟ ବାୟୁସେନାର ସାମିଲ ହୋଇଛି ୫ଟି ଲଡୁଆ ରାଫେଲ୍ ଯୁଦ୍ଧ ବିମାନ । ହରିଆଣା ଅମ୍ବାଲା ଏୟାରବେସରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ । ସେଭେଣ୍ଟିନ୍ ସ୍କ୍ୱାଡ୍ରନ୍ ଗୋଲଡେନ୍ ଆରୋଜ୍‌ରେ ବିଧିବଦ୍ଧ ସାମିଲ୍ ହୋଇଛି ରାଫେଲ ।

ଏହି ଅବସରରେ ଚୀନତୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ବର୍ତ୍ତମାନ ସୀମାରେ ଯେଭଳି ସ୍ଥିତି ହୋଇଛି ଓ ଯେଭଳି ମାହୋଲ ସୃଷ୍ଟି କରାଯାଉଛି ଏଭଳି ସମୟରେ ରାଫେଲ ବାୟୁସେନାର ସାମିଲ ହେବା ବହୁ ଗୁରୁତ୍ୱ ବହନ କରୁଛି ।

ରାଜନାଥ କହିଛନ୍ତି, ରାଫେଲ୍ ଗେମ୍ ଚେଞ୍ଜର ହେବ । ଶତ୍ରୁଙ୍କ ଦୁଃସାହସକୁ ଉଚିତ ଜବାବ ଦେବ ରାଫେଲ୍ । ବାୟୁସେନାରେ ରାଫେଲ୍ ସାମିଲ ହେବା ସୀମା ସୁରକ୍ଷା ଓ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ସାମିଲ ହେବା ନେଇ ଆୟୋଜିକ କାର୍ୟ୍ୟକ୍ରମରେ ରାଜନାଥ ସିଂହଙ୍କ ସମେତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ୍ ବିପିନ ରାଓ୍ୱତ, ବାୟୁସେନା ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଏୟାର ସୋ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଓ ରାଫେଲ୍ ।

Leave A Reply

Your email address will not be published.