Latest Odisha News

BREAKING NEWS

ଟିକେଟ୍ କଟିବା ପରେ ବିଜେଡିକୁ ଫେରିଲେ ରାଜୁ ଦାସ, ପ୍ରତିଶ୍ରୁତି ଦେଲେ ଭଦ୍ରକରେ ଶୁଭିବ ଶଙ୍ଖ ଧ୍ବନି

ଭୁବନେଶ୍ୱର: ବିଜେପିରୁ ପ୍ରଥମେ ସୋର ବିଧାନସଭାରୁ ଟିକେଟ୍ ପାଇଥିଲେ ପରେ ଦଳ ଡିଆଁ ପର୍ବରେ ସାମିଲ ହୋଇଥିବା ପର୍ଶୁରାମ ଧଡାଙ୍କୁ ଦଳ ଟିକେଟ୍ ଦେଇଛି। ଏହାପରେ ଅସନ୍ତୋଷ ପ୍ରକାଶ କରିଥିବା ରାଜୁ ଦାସ ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ଆଜି ଶଙ୍ଖ ଭବନରେ ଦଳକୁ ଫେରିଛନ୍ତି। ଆଉ ଦଳ ଭଦ୍ରକର ବିଭିନ୍ନ ଆସନରେ ଜିତିବ ସେଥିପାଇଁ ସେ ସମସ୍ତ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ପୂର୍ବତନ ଧାମନଗର ବିଧାୟକ ନିକଟରେ ହୋଇଥିବା ଉପନିର୍ବାଚନରେ ବିଜେଡି ଟିକେଟ୍ ନପାଇବା ପରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ। ପରେ ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ଦଳରେ କୋଣଠେସା ହୋଇ ରହିବା ସହ ଅବ୍ୟବସ୍ଥା ବାବଦରେ ବିଜେଡିରେ ଯୋଗ ଦେବା ପରେ କହିଛନ୍ତି।

ସେ କହିଛନ୍ତି, ଚଳିତ ନିର୍ବାଚନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର ସବୁ ଆସନରେ ବିଜେଡି ଜିତିବ। ଦଳକୁ ଏଥିପାଇଁ ପ୍ରତିଶ୍ରୁତି ଦେଇଛି। ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ମୋର ସବୁ ସମୟରେ ସହଯୋଗ ରହିବ ବୋଲି ରାଜୁ ଦାସ ପ୍ରତିକ୍ରିୟାରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେପି ପ୍ରଥମେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ସୋରୋ ବିଧାନସଭା ଆସନ ପାଇଁ ଟିକେଟ୍ ଦେଇଥିଲା। ତେବେ କିଛି ଦିନ ପରେ ଟିକେଟ୍ ପ୍ରତ୍ୟାହାର କରି ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଟିକେଟ୍ ଦେଇଥିଲା। ସୋରରୁ ଦୁଇ ଥର ବିଧାୟକ ହୋଇଥିବା ପର୍ଶୁରାମ ଧଡା ନିକଟରେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିଲେ। ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୨୦୨୨ରେ ଧାମନଗର ଉପନିର୍ବାଚନ ସମୟରେ ଶାସକ ଦଳ ବିରୋଧରେ ବିଦ୍ରୋହ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

Leave A Reply

Your email address will not be published.