Latest Odisha News

ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ରକ୍ଷକ ଭେଇକିଲର ଶୁଭାରମ୍ଭ; ରହିଛି ଅତ୍ୟାଧୁନିକ ବ୍ୟବସ୍ଥା

ଭୁବନେଶ୍ୱର: ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ନିୟୋଜିତ ଥିବା ରାପିଟ୍ ରେସପନ୍ସ ଟିମ୍ ପାଇଁ  ବନ ବିଭାଗ ପକ୍ଷରୁ ଆଜି ‘ରକ୍ଷକ ଭେଇକିଲ’ର ଶୁଭାରମ୍ଭ କରାଯାଇଛି।

BjdElectrycity

ଭରତପୁର ଜଙ୍ଗଲ ସଫାରୀରେ ଏହି ରକ୍ଷକ ଭେଇକିଲର  ଶୁଭାରମ୍ଭ କରାଯାଇଛି । ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ୍ ଦେବିଦତ୍ତ ବିଶ୍ୱାଳ ଓ ବନ୍ୟପ୍ରାଣୀ  ପିସିସିଏଫ୍ ସୁଶାନ୍ତ ନନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଗାଡ଼ିକୁ  ସ୍ୱତନ୍ତ୍ର ଭାବେ ଓଡ଼ିଶା ପାଇଁ ଡିଜାଇନ୍ କରାଯାଇଛି। ରାଜ୍ୟର ୧୮ଟି ବନ ଡିଭିଜନରେ ଏହି ରକ୍ଷକ ଭେଇକିଲ ନିୟୋଜିତ ହେବ । ତେବେ ରାଜ୍ୟର ଯେକୌଣସି ସ୍ଥାନରେ ମଣିଷ-ବନ୍ୟପ୍ରାଣୀ ଲଢେଇ ଖବର ଆସିବାର ଏକ ଘଣ୍ଟାରୁ ଦେଢ଼ ଘଣ୍ଟା ମଧ୍ୟରେ  ଏହି ରାପିଡ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ ।

ବନ୍ୟଜନ୍ତୁଙ୍କୁ ଉଦ୍ଧାର ପାଇଁ ଏହି ଗାଡିରେ  ହାଇଡ୍ରୋଲିକ୍ ଲିଫ୍ଟ ସହ ଆଇରନ୍ କେଜ, ୪ ଟନ୍ ୱେଞ୍ଚ, ଜେନେରେଟର ସେଟ୍ ରହିଛି । ଏହାସହ ଗାଡିର ଚାରିପାଖରେ  ଏମର୍ଜେନ୍ସି ଲାଇଟ ଭଲି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ବନ୍ୟଜନ୍ତୁଙ୍କୁ ଉଦ୍ଧାର ପାଇଁ ରାପିଟ୍ ରେସପନ୍ସ ଟିମକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି ।

 

Leave A Reply

Your email address will not be published.