Latest Odisha News

BREAKING NEWS

ନିଜ ସ୍ବାର୍ଥ ପାଇଁ ବିଜେପି ସହ ମେଣ୍ଟ କରୁଛି ବିଜେଡି : ଶରତ ପଟ୍ଟନାୟକ

ଭୁବନେଶ୍ବର:- ସବୁଠି ରାଜନୀତି ଚର୍ଚ୍ଚା । ଏକାଠି ହେବେ ବିଜେଡି-ବିଜେପି । ଗତକାଲି ଠାରୁ ଏପର୍ଯ୍ୟନ୍ତ ଚାଲିଛି ଗୁରୁର୍ତ୍ବପୂ୍ର୍ଣ୍ଣ ବୈଠକ । ଗତକାଲି ନବୀନ ନିବାସରେ ତୁଙ୍ଗନେତାଙ୍କୁ ନେଇ ଦୁଇ ଦୁଇ ଥର ବୈଠକ ବସିଥିଲା । ସେହିପରି ଗତକାଲି ଦିଲ୍ଲୀରେ ମଧ୍ୟ ଅପରାହ୍ଣର ୫ଟାରେ ବସିଥିଲା ବୈଠକ । ଆଜି ପୁଣି ଥରେ ଦିଲ୍ଲୀରେ ରାଜ୍ୟ ବିଜେପିର ଗୁରୁର୍ତ୍ବପୂର୍ଣ୍ଣ ବୈଠକ ବସିଛି । ରାଜ୍ୟ ନେତା ଓ କେନ୍ଦ୍ରୀୟ ବିଜେପି ଟିମ୍ ମଧ୍ୟରେ ବସିଛି ବୈଠକ । ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଘରେ ବୈଠକ ବସିଥିବା ସୂଚନା ରହିଛି । ଏହାରି ଭିତରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କହିଛନ୍ତି ରାଜ୍ୟ ନୁହେଁ ନିଜ ସ୍ବାର୍ଥ ପାଇଁ ବିଜେପି ସହ ମେଣ୍ଟ କରୁଛି ବିଜେଡି । ଇଡି ଓ ସିବିଆଇ ଭୟ ପାଇଁ ଏହି ମେଣ୍ଟ ହେଉଛି ବୋଲି ଲୋକେ ଜାଣିଗଲେଣି । କଂଗ୍ରେସର ୯ରୁ ୯୦ ମିଶନ ସଫଳ ହେବ । କଂଗ୍ରେସ ସରକାର ଗଢ଼ିବ ବୋଲି ପ୍ରେସମିଟରେ କହିଛନ୍ତି ଶରତ ପଟ୍ଟନାୟକ ।

ବିଜେପି ବିଜେପି ମେଣ୍ଟ ନେଇ ମଧ୍ୟ ବିଜେଡି ଶିବିର ବେଶ ଚଳଚଞ୍ଚଳ ଅଛି । ନେତାଙ୍କ ସୁଅ ଛୁଟୁଛି । କୌଣସି ମୁହୁର୍ତ୍ତରେ ଦଳର ମୁଖିଆ କିଛି ବି ଘୋଷଣା କରିପାରନ୍ତି । ଏପଟେ ବିଜେଡି କି ବିଜେପି କର୍ମୀ ଘଟଣା ନେଇ କୌଣସି ମୁହଁ ଖୋଲୁ ନାହାଁନ୍ତି । ପୂର୍ବରୁ ବିଜେପି ସିଧା ସିଧା ଏଭଳି ପ୍ରସ୍ତାବକୁ ଖଣ୍ଡନ କରୁଥିବା ବେଳେ ଏବେ କାହିଁକି ଦଳ ଯାହା ନିଷ୍ପତି ନେବ ମାନିବୁ ବୋଲି କହିଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.