Latest Odisha News

BREAKING NEWS

ରାତି ପାହିଲେ ରକ୍ଷା ବନ୍ଧନ, ପାଟରା ସେବକଙ୍କ ଘରେ ଚାଲିଛି ବିଶାଳ ରାକ୍ଷୀର ପ୍ରସ୍ତୁତି

ପୁରୀ: ରାତି ପାହିଲେ ରକ୍ଷା ବନ୍ଧନ । ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭାଇର ସୁରକ୍ଷା ଓ ଉନ୍ନତି କାମନା କରି ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ଶ୍ରୀମନ୍ଦିରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିବେ ଭଗିନୀ ସୁଭଦ୍ରା । ସ୍ନେହ ଓ ବିଶ୍ୱାସର ଏହି ପରମ୍ପରା ପାଇଁ ପାଟରା ସେବକଙ୍କ ଘରେ ଚାଲିଛି ବିଶାଳ ରାକ୍ଷୀର ପ୍ରସ୍ତୁତି ।

ଶ୍ରଦ୍ଧା ଓ ଭକ୍ତିର ସହ ଏହି ରାକ୍ଷୀକୁ ପ୍ରସ୍ତୁତ କରୁଛନ୍ତି ମହାପ୍ରଭୁଙ୍କ ପାଟରା ସେବାୟତ । ଦେବୀ ସୁଭଦ୍ରା ଦୁଇ ଭାଇ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ । ପ୍ରାୟ ୧୫ କିଲୋ ବାସୁଙ୍ଗୀ ପାଟରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀକୁ ଚିତାଲାଗି ଅମାବାସ୍ୟା ପରଠାରୁ ପ୍ରସ୍ତୁତ କରିଥାଆନ୍ତି ପାଟରା ସେବାୟତ । ରାକ୍ଷୀ ସହ ଶ୍ରୀଜୀଉ ମାନେ ଦୁଇଟି ଲେଖାଏ ଗୁଆମାଳ ପରିଧାନ କରିଥାଆନ୍ତି ।

ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ଏହି ଗୁଆମାଳ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥା । ମାଣିଆବନ୍ଧରେ ତିଆରି ହୋଇଥିବା ପାଟ ସୂତାରୁ ଏହି ରାକ୍ଷୀକୁ ପାଟରା ସେବାୟତ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ସହ ପ୍ରସ୍ତୁତ କରିଥାଆନ୍ତି । ଏହି ପାରମ୍ପରିକ ସେବାକୁ ଆଦରି ନେଇଛନ୍ତି ପାଟରା ସେବାୟତଙ୍କ ପରିବାରର କୁନି କୁନି ପିଲା ।

Leave A Reply

Your email address will not be published.