Latest Odisha News

BREAKING NEWS

ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ

ହାଇଦ୍ରାବାଦ: ଅସ୍କାର ବିଜେତା ଚଳଚ୍ଚିତ୍ର ଆରଆରଆରର ଅପାର ସଫଳତା ପରେ ସାଉଥ ସୁପରଷ୍ଟାର ରାମ ଚରଣଙ୍କ କ୍ୟାରିୟର୍ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇ ଗତି କରୁଛି । ନିଜର ଦମଦାର୍ କମ୍‌ବ୍ୟାକ୍ ପାଇଁ ରାମ ଚରଣ ଏବେ ପୁଷ୍ପା ଫେମ୍ ସୁପରହିଟ୍ ନିର୍ଦ୍ଦେଶକ ସୁକୁମାରଙ୍କ ସହ ଆରସି୧୭ ପ୍ରୋଜେକ୍ଟ ପାଇଁ ହାତ ମିଳାଇଛନ୍ତି । ପିତା ଚିରଞ୍ଜୀବୀଙ୍କ ସହ ଅଭିନୀତ ୧୪୦ କୋଟି ବଜେଟ୍‌ର ଫିଲ୍ମ ଆଚାର୍ଯ୍ୟ ମାତ୍ର ୮୦ କୋଟି ଟଙ୍କା କଲେକ୍ସନ୍ କରି ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ୩୫୦ କୋଟିରୁ ଅଧିକ ବଜେଟ୍‌ରେ ନିର୍ମିତ  ହାଇ-ପ୍ରୋଫାଇଲ୍ ଫିଲ୍ମ ଗେମ୍ ଚେଞ୍ଜର୍ ୨୦୦ କୋଟି କଲେକ୍ସନ୍ ବି ଛୁଇଁପାରି ନଥିଲା ।

ସ୍ପୋର୍ଟସ-ଡ୍ରାମା ଆଧାରିତ ପେଦ୍ଦି ଫିଲ୍ମରୁ ବହୁତ ଆଶା ରଖାଯାଇଥିଲେ ବି ଏହା ହାରାହାରି ବ୍ୟବସାୟରେ ସୀମିତ ରହିଥିଲା । ସୂଚନା ଅନୁସାରେ, ନିର୍ଦ୍ଦେଶକ ସୁକୁମାର ଆରସି୧୭ର ସ୍କ୍ରିପ୍ଟ କାମ ଶେଷ କରିସାରିଛନ୍ତି ଏବଂ ଶୀଘ୍ର ଏହାକୁ ରାମ ଚରଣଙ୍କୁ ଶୁଣାଇବାକୁ ପ୍ରସ୍ତୁତ ହେଉଛନ୍ତି । ପେଦ୍ଦି ଫିଲ୍ମର ସୁଟିଂ ସମୟରେ ରାମ ଚରଣ ଆହାତ ହୋଇଥିଲେ ଏବଂ ତାଙ୍କର ସର୍ଜରୀ ହୋଇଥିଲା, ଯାହା ଯୋଗୁଁ ର କାମ କିଛି ଦିନ ପାଇଁ ସ୍ଥଗିତ ରହିଥିଲା।  ଏବେ ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ହେଉଥିବାରୁ ଏହି ପ୍ରୋଜେକ୍ଟର କାର‌୍ୟ୍ୟ ପୁଣି ଗତି ଧରିଛି ।

Leave A Reply

Your email address will not be published.