Latest Odisha News

BREAKING NEWS

ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଇଭ୍ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ବିଶ୍ଵ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଭାରତ ସହ ସମ୍ପୁର୍ଣ୍ଣ ବିଶ୍ୱରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ହେବ ସିଧା ପ୍ରସାରଣ । ନ୍ୟୁୟର୍କର ସବୁଠାରୁ ବ୍ୟସ୍ତବହୁଳ ଛକ ଟାଇମ୍ସ ସ୍କୋୟାରରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ହେବ । ଏପରିକି ବିଦେଶରେ ଥିବା ସମସ୍ତ ଭାରତୀୟ ଦୂତାବାସରେ ମଧ୍ୟ ଏହାର ସିଧାପ୍ରସାରଣ ହେବ ।

BjdElectrycity

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ବୈଦିକ ରୀତିନୀତି ମୁଖ୍ୟ ସମାରୋହର ଏକ ସପ୍ତାହ ପୂର୍ବରୁ ଜାନୁଆରି ୧୬ ତାରିଖରୁ ଆରମ୍ଭ ହେବ । ଜାନୁଆରି ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପବିତ୍ର ସମାରୋହରେ ବାରାଣସୀର ପୂଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତ ମୁଖ୍ୟ ରୀତିନୀତି ସମ୍ପନ୍ନ କରିବେ । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଖାଇବାକୁ ଦେବା ଉଦ୍ଦେଶ୍ୟରେ ୧୦୦୮ ହୁଣ୍ଡି ମହାଯଜ୍ଞ ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ଅନେକ ଟେଣ୍ଟ ସିଟି ନିର୍ମାଣ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ ହୋଇଥିଲା । ଏହାର ଏକ ଚିତ୍ର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଥିଲା ।

 

Leave A Reply

Your email address will not be published.