Latest Odisha News

କ୍ଷୁଦ୍ରତମ ରାମ ମନ୍ଦିର କଲେ ଉଦୟପୁରର କଳାକାର

ଉଦୟପୁର: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଯାଇଛି । ଏଥିନେଇ ଭାରତ ରାମମୟ ହୋଇ ଉଠିଛି । ଯିଏ ଯାହାର ଶୈଳୀରେ ଏହି ଉତ୍ସବ ମନେଇବାରେ ବ୍ୟସ୍ତ । ଉଦୟପୁରର ପୀୟୁଷ ପ୍ରତାପ ସିଂ ଗହମଠାରୁ କ୍ଷୁଦ୍ର ରାମ ମନ୍ଦିର କଳାକୃତି ପ୍ରସ୍ତୁତ କରିଛନ୍ତି । ଏହାର ଓଜନ ୦.୦୨୦ ମିଲିଗ୍ରାମ । ହାତରେ ନଖରେ ଏହାକୁ ରଖିହେବ । ଗୋଲ୍ଡେନ କଲରର ଏହି ରାମ ମନ୍ଦିରକୁ ଖାଲି ଆଖିରେ ଭଲ ଭାବେ ଦେଖିହେବ ନାହିଁ । କେବଳ ମାଇକ୍ରୋ ଲେନ୍ସରେ ଦେଖିହେବ ବୋଲି ପୀୟୁଷ କହିଛନ୍ତି । ସବୁଠାରୁ କ୍ଷୁଦ୍ରତମ କଳାକୃତି ପାଇଁ ଏହା ବିଶ୍ୱରେକର୍ଡ ହାସଲ କରୁଛି କି ନାହିଁ ପୀୟୁଷ ଅପେକ୍ଷା କରିଛନ୍ତି । ବିଭିନ୍ନ ମହଲରେ ତାଙ୍କ କଳାକୃତିକୁ ଭୂୟସୀ ପ୍ରଶଂସା କରାଯାଉଛି ।

୨୮ ଦିନର ପରିଶ୍ରମ ପରେ ସେ ଏହାକୁ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ । ୩ମାସ ତଳେ ତାଙ୍କ ବଡ ଭାଇ ଶ୍ରୀରାମ ମନ୍ଦିରର ଡିଜାଇନ ତାଙ୍କୁ ନେବା ପରେ ସେ ଏହି କଳାକୃତି ନିର୍ମାଣ କରିଥିଲେ । କେବଳ ପୀୟୂଷ ନୁହେଁ ଦେଶର ଅନେକ କଳାକାର ଭିନ୍ନ ଭିନ୍ନ ଶୈଳୀରେ ଶ୍ରୀରାମ ମନ୍ଦିର ପ୍ରସ୍ତୁତ କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.