Latest Odisha News

ସାଧାରଣତନ୍ତ୍ର ଦିବସରେ ଦୁଇ ଓଡିଆଙ୍କୁ ମିଳିବ ରାଷ୍ଟ୍ରପତି ପୁରଷ୍କାର

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି । ଗତକାଲି ୭୫ତମ ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗରେ ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ।

ଆଜି ଗୃହ ମନ୍ତ୍ରାଳୟ ୧୧୩୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ଏଥି ମଧ୍ୟରେ ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମିଳିବ ରାଷ୍ଟ୍ରପତି ପଦକ । ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ । ସେହିପରି ଉଲ୍ଲେଖନୀୟ ସେବା ପଦକ ପାଇଁ ମଧ୍ୟ ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କ ନାଁ ଘୋଷଣା ହୋଇଛି । ତାଲିକାରେ ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ନାଁ ସହ ସ୍ଥାନ ପାଇଛନ୍ତି ୩ ଜଣ ଡିଏସପି ରାଙ୍କ ଅଧିକାରୀ ।

ସେହିପରି ୨୭୭ଟି ବୀର ପଦକ ମଧ୍ୟରୁ ୨୭୫ ଜଣଙ୍କୁ ପୋଲିସ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ୭୨ ଜଣ ଜମ୍ମୁ-କାଶ୍ମୀର ପୋଲିସ କର୍ମୀ, ୧୮ଜଣ ମହାରାଷ୍ଟ୍ର ପୋଲିସ କର୍ମୀ, ୨୬ ଜଣ ଛତିଶଗଡ଼ ପୋଲିସ କର୍ମୀ, ୨୩ ଜଣ ଝାଡ଼ଖଣ୍ଡ ପୋଲିସ କର୍ମୀ, ୧୫ ଜଣ ଓଡ଼ିଶା ପୋଲିସର କର୍ମଚାରୀ, ଦିଲ୍ଲୀର ୮ ପୋଲିସ କର୍ମୀ, ୬୫ଜଣ ସିଆରପିଏଫ ଯବାନଙ୍କ ସହିତ ୨୧ ଜଣଙ୍କୁ ଏହି ପଦକ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ପୁରଷ୍କାର ପାଇବାକୁ ଥିବା ଓଡିଶାର ୧୫ଜଣ ପୋଲିସ ଅଫିସର ହେଉଛନ୍ତି ଏସଆଇ ଅରୁଣ କୁମାର ଭୋଇ, ହାବିଲଦାର ମୋତିରାମ ସାହୁ, କମାଣ୍ଡୋ ପ୍ରକାଶ ମାଝି, ନିରଞ୍ଜନ ସାହୁ, ଯଦୁମଣୀ ଭୋଇ, ଉମେଶ ସେଠ, ବୁବୁନ କୁମ୍ଭାର, ସଂଜୟ କୁମାର ଗୁରୁ ଓ ବିଶ୍ବଜିତ ଦାସ ।

Leave A Reply

Your email address will not be published.