Latest Odisha News

BREAKING NEWS

ଅଭିନେତା ରବିନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ଫ୍ଲାଟରୁ ମିଳିଲା ମୃତଦେହ

ମୁମ୍ବାଇ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛିି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ପୁଣେର ତଲେଗାଓଁ ଦାଭାଡେସ୍ଥିତ ତାଙ୍କ ଫ୍ଲାଟରୁ ମୃତଦେହ ଉଦ୍ଧାର କରାଯାଇଛି । ୨/୩ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରିଛି । ମୃତ୍ୟୁର କାରଣ ଜଣାପଡ଼ିନାହିଁ । ତାଙ୍କ ମୃତ୍ୟୁ ଖବର ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ଚକିତ କରିଛି ।

କିଛି ମାସ ହେଲା ରବିନ୍ଦ୍ର ମହାଜନୀ ଏହି ଫ୍ଲାଟରେ ଭଡା ନେଇ ରହୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସସ୍ଥଳରେ ପହଞ୍ôଚ କବାଟ ଭାଙ୍ଗି ଘର ଭିତରକୁ ଯିବା ପରେ ରବୀନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା । ପାରିପାଶ୍ୱିର୍କ ସ୍ଥିତିକୁ ଅନୁନ୍ଧାନ କରିବା ପରେ ତାଙ୍କ ମୃତ୍ୟୁ ୨/୩ଦିନ ତଳେ ହୋଇଥିବା ପୋଲିସ ସନ୍ଦେହ କରିଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।

ରବିନ୍ଦ୍ର ହିନ୍ଦୀ ଧାରାବାହିକ ‘ଇମଲି’ରେ ଅଭିନୟ କରୁଥିବା ଅଭିନେତା ଗଶ୍ମୀର ମହାଜନୀଙ୍କ ପିତା ଥିଲେ । ରବିନ୍ଦ୍ର ମରାଠୀ ସିନେମା ସହିତ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ । ସେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ବିନୋଦ ଖାନ୍ନା ଭାବେ ପରିଚିତ ଥିଲେ । ଏଥିସହିତ ସେ ଅନେକ ମରାଠୀ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସାତ୍ ହିନ୍ଦୁସ୍ତାନୀ’ରେ ରବିନ୍ଦ୍ର ପୋଲିସ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ । ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା । ଏହା ପରେ ସେ ମରାଠୀ ଫିଲ୍ମ ‘ଆରାମ ହରାମା ଆହେ’, ‘ଦୁନିୟା କାରୀ ସଲାମ’, ‘ହଲଦୀ କୁଙ୍କୁ’ ରେ କାମ କରିଥିଲେ ।

Leave A Reply

Your email address will not be published.