Latest Odisha News

BREAKING NEWS

ପବିତ୍ର ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ହେବ ସୂର୍ଯ୍ୟତିଳକ

ଅଯୋଧ୍ୟା: ଆଜି ପବିତ୍ର ରାମନବମୀରେ ସଜେଇ ହୋଇଛି ପ୍ରଭୁ ଶ୍ରୀରମଙ୍କ ନଗରୀ ଅଯୋଧ୍ୟା । ୫ଶହ ବର୍ଷର ପ୍ରତୀକ୍ଷା ପରେ ଚଳିତବର୍ଷ ରାମନବମୀ ଏଥର ଖାସ ହେବାକୁ ଯାଉଛି । ସେନେଇ ଉତ୍ସବ ମୁଖର ସମଗ୍ର ଅଯୋଧ୍ୟା ପୁରୀ । ଏହି ପ୍ରରିପେକ୍ଷୀରେ ଆଜି ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ସୂର୍ଯ୍ୟତିଳକ ହେବ । ରାମଙ୍କ ମସ୍ତକରେ ୪ ମିନିଟ ଯାଏଁ ସୂର୍ଯ୍ୟକିରଣ ପଡିବିଜ୍ଞାନର ଫର୍ମୁଲା ଅନୁସାରେ ଏହା କରାଯିବ । ସାରା ଦେଶ ଏହି ଅଭୁତ ଦୃଶ୍ୟକୁ ଦେଖିବାକୁ ଚାହିଁ ରହିଛି ।

ସୂର୍ଯ୍ୟ ତିଲକ ପାଇଁ ଦର୍ପଣ, ଲେନ୍ସ ଏବଂ ପିତ୍ତଳର ଏକ ବ୍ୟବସ୍ଥା ବ୍ୟବହୃତ ହୋଇଛି । ଏଥିପାଇଁ କୌଣସି ପ୍ରକାରର ବିଦ୍ୟୁତ୍ କିମ୍ବା ବ୍ୟାଟେରୀ ଆବଶ୍ୟକ ହେବ ନାହିଁ । ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି । ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ । ବୈଜ୍ଞାନିକମାନେ ଏହି ପ୍ରଣାଳୀର ନାମ ସୂର୍ଯ୍ୟ ରଶ୍ମୀ ରଖିଛନ୍ତି । ରାମ ଲଲାଙ୍କ କପାଳରେ ମଧ୍ୟାହ୍ନ ୧୨ ଟା ସମୟରେ ୪ ମିନିଟ୍ ପାଇଁ ସଜାଯିବ ।

ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ୧୯ ଘଣ୍ଟା ଖୋଲା ରହିବ ବୋଲି ପରିଚାଳନା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ରାମ ନବମୀ ଉପଲକ୍ଷେ ଏବଂ ଆଜିର ଏହି ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ରୂପ ର ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ଯେପରି ସୁରୁଖୁରୁରେ ରାମଲାଲାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.