ମୁମ୍ବାଇ: ଶେଷରେ ବହୁବଳୀର ଭଲ୍ଲାଲଦେବଙ୍କୁ ମଳିଗଲା ତାଙ୍କ ସ୍ୱପ୍ନର ଦେବସେନା । ହାତକୁ ଦି ହାତ ହେଲେ ଅଭିନେତା ରାଣା ଦଗୁବତୀ ଓ ମିହିକା ବଜାଜ । ଦୁଇଟି ରୀତିନୀତିରେ ସମ୍ପନ୍ନ ହୋଇଛି ତାଙ୍କ ବିବାହ । ଅଗଷ୍ଟ ୮ ତାରିଖରେ ଏ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଅଗଷ୍ଟ ୮ ତାରିଖରେ କୋଭିଡ କଟକଣା ମଧ୍ୟାରେ ହାଇଦ୍ରାବାଦର ରାମା ନାଇଡୁ ଷ୍ଟାଡିୟମରେ ବାହାଘର ହୋଇଛି । ରାଣା ଓ ତାଙ୍କ ଲେଡି ଲଭ ମିହିକାଙ୍କ ବାହାଘରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ବାହାଘର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଉଭୟ ସାତ ଫେରା ନେଉଛନ୍ତି ।
.@RanaDaggubati and #MiheekaBajaj take the vows!#RanaMiheekaWedding #RanaMiheeka #RanaDaggubati #MiheekaBajaj pic.twitter.com/7E55mEqfIr
— Telugu FilmNagar (@telugufilmnagar) August 8, 2020
ରାଣା-ମହିକାଙ୍କ ବାହାଘରରେ ସାବଧାନତା ପାଳନ କରାଯାଇଥିଲା । ବାହାଘରରେ ସାମିଲ ହୋଇଥିବା ସମସ୍ତ ଅତିଥି ଓ ଅନ୍ୟମାନଙ୍କ କରୋନା ଯାଞ୍ଚ ମଧ୍ୟ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାହାଘରରେ ମାତ୍ର ୩୦ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା ଯେଉଁମାନେ ବହୁତ ଖାସ । ଏହି ୩୦ ଜଣଙ୍କ ମଧ୍ୟରେ ଅନେକ ଟଲିଉଡ ଷ୍ଟାର ସାମିଲ ଥିଲେ । ସମସ୍ତ ଅତିଥି ମାସ୍କ ପିନ୍ଧିଥିଲେ ଏବଂ କୋଭିଡ ନିୟମ ପାଳନ କରିଥିଲେ । ରାଣା-ମିହିକାଙ୍କ ବାହାଘର ଉଭୟ ତେଲୁଗୁ ଓ ମାରୱାଡି ରୀତିନୀତି ଅନୁସାରେ ହୋଇଛି ।
Comments are closed.