Latest Odisha News

BREAKING NEWS

ଢୋଲ ମାଦଲର ତାଳରେ ଆୟୋଜିତ ହେଲା ‘ରଙ୍ଗବତୀ ଉତ୍ସବ’

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଦୁଇଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ‘ରଙ୍ଗବତୀ’ ଉତ୍ସବ ଆୟୋଜିତ ହୋଇ ଯାଇଛି।

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀମାନେ ଏହି ଉତ୍ସବରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବରେ , ଢୋଲ, ମାଦଲ , ତାସା ଭଲି ବାଦ୍ୟଯନ୍ତ୍ର ସହ ତାଳଦେଇ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ।

Comments are closed.