Latest Odisha News

BREAKING NEWS

ରଣଜୀ ଟ୍ରଫି: ପ୍ରାରମ୍ଭିକ ସଫଳତା ସତ୍ୱେ ପୁନର୍ବାର ନିରାଶ କଲେ ଓଡିଶା ବୋଲର

କଟକ: ରଣଜୀ ଟ୍ରଫି କ୍ରିକେଟର ଶୁକ୍ରବାର ଗ୍ରୁପ ଡିର ଏକ ମୁକାବିଲାରେ ଓଡିଶା ବିପକ୍ଷରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଉତରାଖଣ୍ଡ ୩ ୱିକେଟ ବିନିମୟରେ ୨୩୨ ରନ ସଂଗ୍ରହ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଉତରାଖଣ୍ଡ ୨ ୱିକେଟ ବିନିମୟରେ ୨୨ ରନ ସଂଗ୍ରହ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୮ ଓଭର ପର୍ଯ୍ୟନ୍ତ ଓଡିଶା ବୋଲର ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିଲେ । ମାତ୍ର ଏହା ପରେ ବୈଭବ ଭଟ୍ଟ ୧୦୧ ଓ ଅଧିନାୟକ ଜୀବନଜ୍ୟୋତ ସିଂ ୯୦ ରନ କରି ଇନିଂସ ସମ୍ଭାଳିଥିଲେ । ଓଡିଶା ବୋଲର ପ୍ରାରମ୍ଭିକ ସଫଳତା ହାସଲ କରିବା ସତ୍ୱେ ପୁନର୍ବାର ସୁଯୋଗ ହାତଛଡା କରିଛି ।

ଜୀବନଜ୍ୟୋତ ୯୦ ରନ କରି ଆଉଟ ହୋଇଥିବା ବେଳେ ବୈଭବ ୧୦୧ ଓ ସ୍ୱପ୍ନିଳ ସିଂ ୨୧ ରନ କରି ଅପରାଜିତ ଅଛନ୍ତି । ବୈଭବ ୨୮୫ ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ଗୋଟିଏ ଛକା ସହାୟତାରେ ଶତକ ହାସଲ କରିଥିଲେ । ଓଡିଶାର ରାଜେଶ ମହାନ୍ତି, ସୁନୀଲ ରାଉଳ ଓ ହର୍ଷିତ ରାଠୋର ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.