Latest Odisha News

BREAKING NEWS

କୁଆଖାଇରେ ବିରଳ ଆଲବିନୋ କଇଁଛ

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରା ନିକଟସ୍ଥ କୁଆଖାଇ ନଦୀରୁ ଉଦ୍ଧାର ହୋଇଛି ଏକ ବିରଳ କଇଁଛ । ଗତ କାଲି ଜଣେ ବ୍ୟକ୍ତି ମାଛ ଧରିବା ନିମନ୍ତେ ‘ସୂତି’ ପକାଇଥିଲେ । ଆଜି ସକାଳୁ ଦେଖିବା ବେଳେ ସୂତିର କଣ୍ଟାରେ ଲାଗିଛି ଏକ ଅଜବ ରଙ୍ଗର କଇଁଛ । ଏହି କଇଁଛଟିକୁ ଦେଖିବାକୁ ପାଖଆଖ ଲୋକଙ୍କର ମଧ୍ୟ ଭିଡ଼ ଜମିଥିଲା ।

ଖବର ପାଇ ସ୍ନେକ ହେଲପ ଲାଇନ ସଦସ୍ୟ ଅରମଜିତ ବେହେରା କଇଁଛଟିକୁ ଉଦ୍ଧାର କରି ସ୍ନେକ ହେଲପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ । ସ୍ନେକ ହେଲପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି କଇଁଛ ଟିକୁ ଏକ Albino Indian Soft Shell Turtle ବା ଆଲବିନୋ ଭାରତୀୟ ପଙ୍କୁଆ କଇଁଛ ବୋଲି ଚିହ୍ନଟ କରିଥିଲେ ।

କଇଁଛଟିର ରଙ୍ଗ ହାଲକା ହଳଦିଆ  ହୋଇଥିବା ବେଳେ ଆଖି ଦୁଇଟି ଗୋଲାପି ରଙ୍ଗର । ଆଲବିନୋ କଇଁଛ ପ୍ରକୃତିର ବିରଳ ସୃଷ୍ଟି  । ଆସନ୍ତା କାଲି ଓୟୁଏଟି ଭେଟନାରୀ କଲେଜରେ ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରି ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଶୁଭେନ୍ଦୁ ।

 

Leave A Reply

Your email address will not be published.