Latest Odisha News

BREAKING NEWS

୧ ହଜାର ବର୍ଷରୁ ଅଧିକ ହେଲାଣି ଢଳି ରହିଛି ପଥର

ତାମିଲନାଡ଼ୁ: ପାହାଡ଼ର ଚଟାଣ ଉପରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଢଳି ରହିଛି ଏକ ବୃହତାକାୟ ପଥର, ଯାହାକୁ ଦେଖି ଯେ କେହି ଭୟଭୀତ ହେବା ସ୍ୱଭାବିକ । କିନ୍ତୁ ଶହ ଶହ ବର୍ଷ ଧରି ଏମିତି ରହିଥିବା ପଥର ଗୋଟିଏ ଇଂଚ ବି ସ୍ଥାନ ପରିବର୍ତ୍ତନ କରିନାହିଁ ବୋଲି ଗବେଷକଙ୍କ ମତ । ପ୍ରାୟ ୨୫୦ ଟନ ଓଜନର ଏହି ପଥରର ରହସ୍ୟ ଏବେ ବି ଅନାବୃତ ହୋଇ ରହିଛି ।
ତାମିଲନାଡ଼ୁର ମହାବଳିପୁରମ୍‌ରେ ରହିଛି ଏହି ରହସ୍ୟମୟ ବିଶାଳକାୟ ପଥର, ଯାହାର ଓଜନ ୨୫୦ ଟନ ଓ ଉଚ୍ଚତା ପ୍ରାୟ ୨୦ ଫୁଟ୍‌ରୁ ଅଧିକ । ପାହାଡ଼ର ଚଟାଣରେ ବିପଦପୂର୍ଣ୍ଣ ଭାବେ ଢଳି ରହିଥିବା ଏହି ପଥରକୁ ଦେଖି ଯେ କେହି ଭୟଭୀତ ହେବା ସ୍ୱାଭାବିକ । ଏହି ବିଶାଳକାୟ ପଥରକୁ ଲୋକେ ‘ବଟର ବଲ’ ଭାବେ ଜାଣନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା, ଏହି ପଥରର ଏଭଳି ନାମକରଣ ପଛରେ ରହିଛି ପୌରାଣିକ କଥାବସ୍ତୁ । ଭଗବାନ କୃଷ୍ଣଙ୍କୁ ଲହୁଣି ବହୁତ ପସନ୍ଦ । ଏକଦା ଭଗବାନ କୃଷ୍ଣ ଲହୁଣି ଖାଇବା ସମୟରେ ଶୂନ୍ୟରୁ ଏହି ପଥର ଖସିଥିଲା । ତେଣୁ ଏହା ଶ୍ରୀ କୃଷ୍ଣଙ୍କ ବଟର ବଲ ଭାବେ ପ୍ରସିଦ୍ଧ ବୋଲି ଅନେକ ମତ ରଖନ୍ତି । ତାମିଲ ଭାଷାରେ ଏହାକୁ ବନିରେକଲ କୁହାଯାଏ । ଯାହାର ଅର୍ଥ ହେଉଛି ଆକାଶ ଦେବତାଙ୍କ ପଥର । ଏହି ପଥରକୁ ଦେଖିଲେ ଲାଗିବ ଏହା କେଉଁ ମୁହୂତ୍ତ୍‌ର୍ରେ ତଳକୁ ଖସି ଆସିବ । କିନ୍ତୁ ବର୍ଷ ବର୍ଷ ଧରି ସେମତି ସ୍ଥିର ହୋଇ ରହିଛି ଏହି ରହସ୍ୟମୟ ପଥର । ଗୋଟିଏ ଇଂଚ ବି ଏହାର ମୂଳସ୍ଥାନରେ ପରିବର୍ତ୍ତନ ହୋଇନାହିଁ ।
କିଛି ଲୋକ ଏହା ଭଗବାନଙ୍କ ଏକ ଚମାତ୍କାରିତା ବୋଲି ମନେ କରନ୍ତି । ଅନୁମାନ କରାଯାଏ ଯେ, ପ୍ରାୟ ଏକ ହଜାର ବର୍ଷରୁ ଅଧିକ ହେଲାଣି ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି ଏହି ବିଶାଳକାୟ ପଥର । ଏହି ବଟର ବଲ ଏପରି ରହିବା ରହସ୍ୟ ଉନ୍ମୋଚନ କରିବାରେ କେହି ବି ସଫଳ ହୋଇ ପାରିନାହାନ୍ତି ।
ଏହି ପଥର ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି । କୌଣସି ମୁହୂ୍‌ର୍ତ୍ତରେ ଚଟାଣରୁ ଏହି ପଥର ଖସି ସହରବାସୀଙ୍କୁ କିଛି କ୍ଷତି ନ ପହଂଚାଏ ସେଥିଲାଗି ୧୯୦୮ ମସିହାରେ ମାଡ଼୍ରାସର ତତ୍କାଳୀନ ଗଭର୍ନର ଅର୍ଥୁର ଲାଲୀ ଏହି ପଥରକୁ ହଟାଇବା ପାଇଁ ନିଷ୍ପ୍‌ତ୍ତି ନେଇଥିଲେ । ସେଥିଲାଗି ୭ଟି ହାତୀକୁ ନିୟୋଜିତ କରିଥିଲେ । ହେଲେ କୌଣସି ସୁଫଳ ମିଳି ନ ଥିଲା । ଏହି ପଥର ଗୋଟିଏ ଇଂଚ ବି ଘୁଂଚି ନ ଥିଲା ।
ଏମିତିକି ସୁନାମି ହେଉ ବା ଭୁକମ୍ଫ କାହାର ପ୍ରଭାବ ଏହି ପଥର ଉପରେ ଏ ପର୍ଯ୍ୟନ୍ତ ପଡ଼ିନାହିଁ । ୧୨୦୦ ବର୍ଷରୁ ଅଧିକ ହେବ ଏହି ପଥର ଏପରି ବିପଦପୂର୍ଣ୍ଣ ଭାବେ ରହି ଆସିଛି । ଏହି ପଥର ଦେଖିବାକୁ ସେମି ସର୍କଲ ପରି । ଏହାର ଏକ ଅଂଶ ଖଣ୍ଡିତ ହୋଇଛି । ଏହା କିପରି ଖଣ୍ଡିତ ହେଲା କାହାରି ପାଖରେ ତଥ୍ୟ ନାହିଁ । ସୁଖର କଥା ହେଲା, ଶହ ଶହ ବର୍ଷ ଧରି ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଭଳି ମନେ ହେଉଥିବା ଏହି ପଥର ବର୍ତ୍ତମାନ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍ ପରିଚିତ । ପର୍ଯ୍ୟଟକମାନେ ଏହି ଅଦ୍ଭୁଦ ପଥରକୁ ଦେଖିବା ପାଇଁ କାହିଁ କେତେ ଦୂରକୁ ଆସିଥାନ୍ତି । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ପିକ୍‌ନିକ୍ ସ୍ପଟ୍ ମଧ୍ୟ ପାଲଟି ଯାଇଛି ।

Leave A Reply

Your email address will not be published.