Latest Odisha News

BREAKING NEWS

ପାରାଦୀପରୁ ଧରାପଡିିଲା ବିରଳ ପ୍ରଜାତି ମାଛ, ଦେଖନ୍ତୁ ଭିଡିଓ

ପାରାଦୀପ: ପାରାଦୀପ ନିକଟସ୍ଥ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମତ୍ସ୍ୟଜୀବୀ ଗତ ଗୁରୁବାର ସଂଧ୍ୟାରେ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି ।

ଦେଖନ୍ତୁ ଭିଡିଓ:-

ପ୍ରାପ୍ତ ସୂଚନାନୁଯାୟୀ, ଗତକାଲି ସଂଧ୍ୟାରେ ଅଠରବାଙ୍କି ବାଲିପ୍ଲଟର ମସ୍ର‌୍ୟଜିବୀ ମାନେ ଟଲର (ମେସିନ୍ ଚାଳିତ ଡଙ୍ଗା) ଯୋଗେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ରାତିରେ ସମୁଦ୍ରରେ ଜାଲ ବିଛାଇବା ସହିତ ମାଛ ମାରୁଥିବା ସମୟରେ ଜାଲରେ ପଡିଥିଲେ ଏହି ବିରଳ ମାଛ। ଆଜି ଭୋରରୁ ଉକ୍ତ ମସ୍ର‌୍ୟଜିବୀ ମାନେ ବାଲିପ୍ଲଟରେ ପହଞ୍ଚିବା ପରେ ଲୋକମାନଙ୍କର ଭିଡ ଲାଗିଥିଲା।

ବିରଳ ପ୍ରଜାତିର ଏହି ଦୁର୍ଲଭ ମାଛଟିର ଓଜନ ପାଖାପାଖି ୪ କ୍ବିଣ୍ଟାଲ ୭କେଜି.ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଯାହାର କିଲୋ ୧୬ ଶହ ଟଙ୍କାରେ ବିକ୍ରୀ ହୋଇଛି।

ତେବେ ବମ୍ବେର ଜଣେ ବ୍ୟବସାୟୀ ନିଲାମରେ ଏହାକୁ କିଲୋ ପ୍ରତି ୧୬୦୦ ଟଙ୍କାରେ କ୍ରୟ କରିଥିଲେ। ଏହି ମାଛର ଚାହିଦା ବିଦେଶରେ ରହୁଥିବା ଜଣାପଡିଛି। ବିଦେଶରେ ଏହାର କିଲୋପ୍ରତି ୩ ହଜାରରୁ ୩୨ ଶହ ଟଙ୍କା ବୋଲି ସୁତ୍ରରୁ ପ୍ରକାଶ ।

Comments are closed.