Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରସଗୋଲା ଦିବସ : ମିଠା ଭିତରେ ଶ୍ରେଷ୍ଠ ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ

ଭୁବନେଶ୍ୱର: ଓଡ଼ିଆଙ୍କ ଇମୋସନା  ପ୍ରତି ଓଡ଼ିଆ ଘରେ ପୂଜା ପର୍ବାଣୀ ହେଉ କି କୌଣସି ମହୋତ୍ସବ। ସବୁଥିରେ ତାକୁ ହିଁ ଖୋଜା ପଡିଥାଏ। ଛୋଟରୁ ବଡ଼ ସମସ୍ତଙ୍କର ଅତିପ୍ରିୟ। ଖାଲି ସେତିକି ନୁହେଁ ପୌରାଣିକ ପରମ୍ପରା ସହିତ ମଧ୍ୟ ଏହା ଜଡ଼ିତ। ଖାସ୍ କରି ମାଆ ମହାଲକ୍ଷ୍ମୀଙ୍କୁ ମନାଇବାକୁ ବି ପ୍ରଭୁ ଜଗନ୍ନାଥ ଏହି ରସଗୋଲା ଦେଇ ମାଆଙ୍କର ମାନଭଞ୍ଜନ କରିଥିଲେ ।

ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହାସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ ।

୨୦୧୫ ଜୁଲାଇ ୩୦ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲ । ଏହାପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା ।

ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’ । ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ ବାହୁଡା ଦଶମୀ ଦିନ ଠାକୁରମନେ ଶ୍ରୀମନ୍ଦିର ସିଂହଦ୍ୱାରକୁ ଫେରନ୍ତି । ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂରତି ରତ୍ନସିଂହାସନକୁ ଫେରନ୍ତି । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିିବିଜେ’ କୁହାଯାଏ । ରଥାଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରିଥାନ୍ତି ମା’ ମହାଲକ୍ଷ୍ମୀ । ଯେତେବେଳେ ଯାତ୍ରା ସାର ଶ୍ରୀମନ୍ଦୀରକୁ ଚତୁର୍ଦ୍ଧାମୂରତି ଫେରନ୍ତି ।

ସେତେବେଳେ ଦେଢଶୁର ଓ ନଣନ୍ଦଙ୍କୁ ବାଟ ଛାଡିଥିଲେ ବି ପ୍ରାଣପ୍ରିୟ ଶ୍ରୀଜଗନ୍ନାଥଙ୍କ ପାଇଁ ଜୟବିଜୟ ଦ୍ୱାରକୁ ବନ୍ଦ କରି ଦିଅନ୍ତି ମା’ ମହାଲକ୍ଷ୍ମୀ । ତେଣୁ ମା’ଙ୍କର ଅଭିମାନକୁ ଶାନ୍ତ କରିବାକୁ ପାଟ ଶାଢୀ ସହ ରସଗୋଲା ଦେଇ ମାନଭଞ୍ଜନ କରନ୍ତି । ଏହାପରେ ମହାପ୍ରଭୁ ବଡ ଦେଉଲ ଭିତରକୁ ପ୍ରବେଶ କରିବାର ବିଧି ରହିଛି ।

 

Comments are closed.