Latest Odisha News

BREAKING NEWS

ରାଶି ଅନୁସାରେ କରନ୍ତୁ ବିଶ୍ୱକର୍ମାଙ୍କ ଆରଧନା, ମିଳିବ ଶୁଭଫଳ

ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମା ପୂଜା ପାଳନ କରାଯାଇଥାଏ । ଏହି ଦିନକୁ ମଧ୍ୟ ବିଶ୍ୱକର୍ମା ଜୟନ୍ତୀ କୁହାଯାଇଥାଏ । ସୃଷ୍ଟିର ରଚୟତା ବ୍ରହ୍ମାଙ୍କ ସପ୍ତମ ଧର୍ମପୁତ୍ର ରୂପେ ଆଜି ଦିନରେ ତାଙ୍କର ଜନ୍ମ ହୋଇଥିଲା ।

ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଇଞ୍ଜିନିୟର୍ ମଧ୍ୟ କୁହାଯାଇଥାଏ । ଏଥିପାଇଁ ଏହି ଦିନରେ ବିଭିନ୍ନ ଶିଳ୍ପ ତଥା ଉଦ୍ୟୋଗ ମାନଙ୍କରେ ଯନ୍ତ୍ରପାତି ସବୁକୁ ପୂଜା କରାଯାଇଥାଏ ।

ଋାଶି ଅନୁସାରେ ଏଭଳି କରନ୍ତୁ ବାବା ବିଶ୍ୱକର୍ମାଙ୍କ ପୂଜା-

ମେଷ- ଜ୍ୟୋତିଷଙ୍କ ମତରେ ଏହି ରାଶିର ବ୍ୟକ୍ତି ଆଜି ଦିନରେ କେଶର ରଙ୍ଗର ବସ୍ତ୍ର ପିନ୍ଧି ବିଶ୍ୱକର୍ମାଙ୍କ ଆରାଧନା ଅତ୍ୟନ୍ତ ଶୁଭଫଳ ମିଳିବ ।

ବୃଷ- ଏହି ଦିନରେ ବିଶ୍ୱକର୍ମାଙ୍କ ପୂଜା-ପାଠ କରିବା ପରେ କୁବେରଙ୍କ ମାଳା ଜପ କରନ୍ତୁ । ଯାହାଫଳରେ ଶନିର ପ୍ରକୋପ ଦୂରେଇ ଯିବ ।

ମିଥୁନ- ବାବା ବିଶ୍ୱକର୍ମାଙ୍କ ପୂଜା କରିବା ପୂର୍ବରୁ ଅଗ୍ରପୂଜ୍ୟ ଗଣପତିଙ୍କର ଶତନାମ ପାଠ କରନ୍ତୁ । ଆପଣଙ୍କୁ ଶୁଭଫଳ ମିଳିବ ।

କର୍କଟ- ଆପଣଙ୍କ ଲାଗି ଏହି ବର୍ଷ ଅତ୍ୟନ୍ତ ଶୁଭପ୍ରଦ ରହିଥିବା ବେଳେ ବିଶ୍ୱକର୍ମାଙ୍କ ପୂଜା କରିବା ପରେ ଗରିବଙ୍କୁ ଧଳା ଅନ୍ନ ପ୍ରଦାନ କରନ୍ତୁ ।

ସିଂହ- ଗାଧୋଇ ସାରିବା ପରେ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ । ପରେ ବିଶ୍ୱକର୍ମାଙ୍କ ପୂଜା କଲେ ନିଶ୍ଚିତ ରୂପେ ଆପଣଙ୍କର ମଙ୍ଗଳ ସିଦ୍ଧି ହେବ ।

କନ୍ୟା- ଏହି ରାଶିର ବ୍ୟକ୍ତିମାନେ ଭକ୍ତିର ସହ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା କରନ୍ତୁ । ଆପଣଙ୍କର ସମସ୍ତ ମନୋବା’ା ପୂରଣ ସହ ରୋଜଗାରରେ ମଧ୍ୟ ସୁଫଳ ମିଳିବ ।

ତୁଳା- ବିଶ୍ୱକର୍ମାଙ୍କ ପୂଜା କଲେ ବ୍ୟବସାୟରେ ବିଶେଷ ଲାଭ ହେବ ।

ବିଛା- ପୂଜା ସମୟରେ ଲାଲି ରଙ୍ଗର ରଙ୍ଗୋଲି ଉପରେ କଳସ ସ୍ଥାପନା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ।

ଧନୁ- ଶ୍ରୀ ଗଶେଷ, ମହାଦେବ ଓ ପାର୍ବତୀ ମାତାଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ, ଭଗବାନ ବିଶ୍ୱକର୍ମାଙ୍କ ବିଶେଷ କୃପା ପ୍ରାପ୍ତ ହେବ ।

ମକର- ଗାୟତ୍ରୀ ମନ୍ତ୍ର ଜପ କରି କଳକାରଖାନାରେ ଥିବା ସମସ୍ତ ଯନ୍ତ୍ରପାତିର ଶୁଦ୍ଧି କରନ୍ତୁ । ଯାହାଫଳରେ ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ ।

କୁମ୍ଭ- ପୂଜା ସମୟରେ ପାରିଜାତ ଫୁଲକୁ ଭଗବାନଙ୍କୁ ଅପର୍ଣ କରନ୍ତୁ, ସମସ୍ତ ନକରାତ୍ମକ ଶକ୍ତିରୁ ମୁକ୍ତି ମିଳିବ ।

ମୀନ- ଏହି ଦିନରେ ଶ୍ରୀ ନାରାୟଣଙ୍କ ପୂଜା କରି ବିଶ୍ୱକର୍ମାଙ୍କ ଆରାଧନା କଲେ ପ୍ରଭୁଙ୍କ ବିଶେଷ କୃପା ପାଇପାରିବେ ।

Leave A Reply

Your email address will not be published.