Latest Odisha News

ଡାକ୍ତରଙ୍କ ମହାନତା, ଅସୁସ୍ଥ ବାଳକକୁ କାନ୍ଧରେ ବୋହି ନେଲେ ମେଡିକାଲ

ମାଲକାନଗିରି: ଓଡ଼ିଆର ଉପାନ୍ତ ଜିଲ୍ଳା ମାଲକାନଗିରିର ଜଣେ ଡାକ୍ତର ଲୋକଙ୍କ ମନକିଣି ନେଇଛନ୍ତି । ଡାକ୍ତର ଜଣଙ୍କ ନୂଆପଡା ଗ୍ରାମର ଜଣେ ଅସୁସ୍ଥ ବାଳକକୁ ପ୍ରାୟ ପାଞ୍ଚ କିମି ଦୂର ଡାକ୍ତରଖାନା ଯାଏଁ କାନ୍ଧରେ ବୋହି ନେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ଖାଇରପୁଟ ବ୍ଲକ ଅଧିନସ୍ଥ ନୂଆପଡା ଗ୍ରାମର ଜଣେ ୧୨ ବର୍ଷର ବାଳକ ଗତକିଛିଦିନ ହେବ ଜ୍ବରରେ ପିଡୀତ ଥିଲା । ପିଲାଟିର ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ମଙ୍ଗଳବାର ଦିନ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସକୁ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ।

ଉକ୍ତ ଗ୍ରାମର ନିମ୍ନମାନର ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ପାରିନଥିଲା । ଏହାପରେ ଆରୋଗ୍ୟ ପ୍ଲସ ଏନଜିଓରେ କାର୍ଯ୍ୟରତ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଆମ୍ବୁଲାନ୍ସ ଡ୍ରାଇଭରର ସହାୟତାରେ ବହୁଙ୍ଗିରେ ପିଲାଟିକୁ ୫ କିମି ଦୂରରେଥିବା ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଯାଏଁ ବୋହି ନେଇଥିଲେ ।

Leave A Reply

Your email address will not be published.