Latest Odisha News

ଆକ୍ରମ, ୟୁନୁସଙ୍କୁ ଅର୍ଥ ଫିଙ୍ଗ…. ସବୁ କିଛି କରିବେ

କରାଚୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଗ୍ରୁପ ଷ୍ଟେଜରୁ ଆୟୋଜକ ପାକିସ୍ତାନ ବିଦାୟ ନେଇଛି । ଏ ନେଇ ପାକିସ୍ତାନ କ୍ରିକେଟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସିନିୟର ଖେଳାଳି ଓ ଟିମ ମ୍ୟାନେଜମେଂଟ ସଦସ୍ୟଙ୍କ ମନୋମୂଖୀ କାରୋବାର ଯୋଗୁ ଦଳର ପ୍ରଦର୍ଶନସ୍ତର ହ୍ରାସ ପାଇଛି । ପାକିସ୍ତାନର ପୂର୍ବତନ ଅଧିନାୟକ ରଶିଦ ଲତିଫ ୯୦ ଦଶକରେ କେତେକ ସିନିୟର ଖେଳାଳି ଖଳନାୟକ ଭାବେ ଆଖ୍ୟା କରିଛନ୍ତି । ସେ ପରୋକ୍ଷରେ ୱାସିମ ଆକ୍ରମ ଓ ୱାକର ୟୁନୁସଙ୍କୁ ଟାର୍ଗେଟ କରି କହିଛନ୍ତି ଏମାନଙ୍କୁ ଅର୍ଥ ଫୋପାଡିଲେ ସବୁ କିଛି କରିବେ । ପାକିସ୍ତାନ କ୍ରିକେଟର ଦୁର୍ଗତି ପାଇଁ ଏମାନେ ଦାୟୀ । ଖେଳୁଥିବା ବେଳେ ନିଜ ନିଜ ମଧ୍ୟରେ ସର୍ବଦା ଅଶାନ୍ତି ସୃଷ୍ଟି କରୁଥିଲେ । ଏବେ ଅର୍ଥ ପାଇଁ ନାଚୁଛନ୍ତି ଦୁବାଇର ଏହି କୁକୁରମାନେ ।

ମହମ୍ମଦ ହାଫିଜ ମଧ୍ୟ ଏହି ଦୁଇ ଖେଳାଳିଙ୍କୁ ସମାଲୋଚନା କରିଛନ୍ତି । ୧୯୯୨ ବିଶ୍ୱକପ ପରେ ଆମକୁ ଆଉ ଏକ ଟ୍ରଫି ପାଇଁ ୧୭ ବର୍ଷ ସମୟ ଲାଗିଥିଲା । ଏବେ ପୂନର୍ବାର ୧୬ ବର୍ଷ ହୋଇଗଲାଣି ଆମେ କୌଣସି ବଡ ଟ୍ରଫି ଜିତି ନାହୁଁ । ପାକିସ୍ତାନ କ୍ରିକେଟ ପାଇଁ ସେମାନେ କିଛି କରି ନାହାନ୍ତି ବୋଲି ହାଫିଜ କହିଛନ୍ତି ।

Comments are closed.