Latest Odisha News

BREAKING NEWS

ତିନିରଥରେ ବିଜେହେଲା ମହାପ୍ରଭୁଙ୍କ ଆଜ୍ଞାମାଳ; ରଥରେ ବାଜିଲା କାହାଳୀ…

ପୁରୀ: ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କେବଳ ଓଡ଼ିଶା କି ଭାରତ ନୁହେଁ ବରଂ ବିଶ୍ୱରେ ଥିବା ମହାପ୍ରଭୁଙ୍କର କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ରଥଯାତ୍ରା ଲାଗି ଭରି ରହିଛି ଅହେତୁକ ଉତ୍କଣ୍ଠା । ସିଂହଦ୍ୱାର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିବାର ସମ୍ଭାବନା ସତ୍ୟ ହେବାକୁ ଯାଉଛି । ତେବେ ଶ୍ରୀମନ୍ଦିର ରଥଯାତ୍ରା ନୀତି ଅନୁଯାୟୀ ଆଜି ରଥଖଳାରେ ଥିବା ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ତିନି ରଥରେ ଶ୍ରୀଜୀଉଙ୍କ ନିକଟରୁ ଆଜ୍ଞାମାଳ ଆସି ଲାଗି ହୋଇଛି ।

ଆଜି ମଧ୍ୟ ଆଷାଢ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଏହି ତିଥିରେ ପାରମ୍ପରିକ ରୀତିନୀତିରେ ଆଜ୍ଞାମାଳ ବିଜେନୀତି ଅନୁଷ୍ଠିତ ହୋଇଥାଏ । ଆଜି ସକାଳେ ପୁରୀ ଶ୍ରୀମନ୍ଦିର ସମ୍ମୁଖସ୍ଥ ରଥଖଳାରେ ସେବାୟତ ମାନଙ୍କ ଦ୍ୱାରା ଏହି ପାରମ୍ପରିକ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ତିନିରଥରେ ବିଜେ ହେବାପରେ ପାରମ୍ପରିକ ଭାବେ ରଥରେ ପୂଜା ଅନୁଷ୍ଠିତ ହୋଇଛି ଏବଂ କାହାଳୀ ବାଦନ ହୋଇଛି ।

ଆଗାମୀ ପାରମ୍ପରିକ ନୀତି ଅନୁଯାୟୀ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ତିନିରଥ ବିଜେ କରିବେ । ଆସନ୍ତାକାଲି ପବିତ୍ର ରଥଯାତ୍ରା । ଶ୍ରୀଜୀଉମାନେ ବାଇଶିପାହାଚରେ ପହଣ୍ଡି କରି ରଥାରୁଢ ହେବାର ନୀତି ରହିଛି ।

Leave A Reply

Your email address will not be published.