Latest Odisha News

BREAKING NEWS

ରଥଖଳାରେ ଜୋର୍‌ସୋର୍ ଚାଲିଛି ରଥ ନିର୍ମାଣ: ତିନି ରଥର ଉଠିଲା ନାହାକା

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୁରୀରେ ଜୋର୍‌ସୋର୍ ଚାଲିଛି । ଘୋଷଯାତ୍ରା ପୂର୍ବରୁ ଜୁନ୍ ୫ ତାରିଖରେ ଶ୍ରୀଜୀଉମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପାଖେଇ ଆସୁଥିବା ବେଳେ ସେପଟେ ରଥଖଳାରେ ସମସ୍ତ କାରିଗର ସେବକମାନେ ଦିନ ରାତି ଏକ କରି ରଥ ନିର୍ମାଣରେ ଲାଗି ପଡ଼ିଛନ୍ତି ।

ଆଜି ମଙ୍ଗଳବାର ଦିନ ତିନି ରଥର ୪ ନାହାକା ଉଠିଲା । ନିରାଡ଼ି ପୋତା ପରେ ୨ୟ ପୋଲ ଗୟଳ ମୋଡ଼ା ସାରିବା ପରେ ତୃତୀୟ ପୋଲ ଗୟଳ ମୋଡ଼ା ହୋଇ ସାରିବା ପରେ ତୃତୀୟ ଗୟଳ ମୋଡ଼ା ଶେଷ ହୋଇଛି ।

ରଥଖଳାରେ ଅଁଳା, ଗରେଡ଼ିର ଚଉପଟ ପାଇଁ ହଣା ଚାଲିଛି । ଚାର ପରିଛା (ରଥରେ ଘୋଡ଼ା ରୁନ୍ଧା ହେବା)କାମ ଚାଲିଛି । (୭ ଗୁଣନ ୭ ସାଇଜର ହାତି କାଠ) ଏହି ଚାରି ପରିଛା କାଠ ନନ୍ଦିଘୋଷ ରଥର ୯ ହାତି ଅଧେ । ଦେବଦଳନ ରଥର ୮ ୧/୨ ଏବଂ ତାଳଧ୍ୱଜ ରଥର ୯ ହାତ ଲାଗିଥାଏ ।

ନାଟ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରୀ ରଖିଛନ୍ତି । ଢମକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୋଳବେଦୀ ଠାରେ ଅସ୍ଥାୟୀ ଶାଳରେ ଓଜା ସେବକମାନେ ପୋଟଳ କଣ୍ଟା, କଣ ବିଡ଼ିଆ କଣ୍ଟା, ଓରା ବିଡ଼ିଆ କଣ୍ଟା ପ୍ରସ୍ତୁତିରେ ଲାଗିଛନ୍ତି ।

ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସଂପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ରହିଥିବା ଜଣାଯାଇଛି ।

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ କୋଭିଡ୍‌-୧୯ ପରୀକ୍ଷା ପାଇଁ ମୁଳିଆ ସୁଆଁସିଆ, ପତ୍ରିବଡୁ, ମେକାପ, ପୁଷ୍ପାଳକ, ସୁଆରବଡୁ, ବୈରକ୍ଷା ସେବକ, ପରିମଳ ଷ୍ଟାଫଙ୍କୁ ଲଗାଇ ମୋଟ ୧୧୧ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି ।

Leave A Reply

Your email address will not be published.