Latest Odisha News

BREAKING NEWS

ଏସିରୁ ବାହାରିଲା ୪୦ ସାପ

ମିରଟ: ଏଠାକାର ପାୱଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଦୟାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏସି ଲାଗିଥିଲା । ସୋମବାର ରାତିରେ ପରିବାର ଲୋକ ଶୋଇବା ପାଇଁ ଗଲା ବେଳକୁ ଖଟ ଉପରେ ଗୋଟିଏ ସାପ ଚାଲୁଥିବା ଦେଖିଥିଲେ । ଖୋଜା ଖୋଜି କରିବାରୁ ଏସି ପାଇପରେ ଆଉ ଗୋଟିଏ ସାପ ଚାଲୁଥିଲେ । ଏସି ଖୋଲିଲା ବେଳକୁ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ପାଖାପାଖି ୪୦ ସାପ ବାହାରକୁ ବାହାରି ଆସିଲେ ।

ଏହି ଖବର ପ୍ରଚାର ହେବା ପରେ ତାଙ୍କ ଘର ନିକଟରେ ଲୋକ ଗହଳି ହୋଇଥିଲା । ପରେ ସତର୍କତାର ସହ ଅନ୍ୟମାନଙ୍କ ସହାୟତାରେ ଏହି ୪୦ ସାପକୁ ଦୟାନନ୍ଦ ଜଙ୍ଗଲରେ ଛାଡି ଆସିଥିଲେ । ଏସି ମେକାନିକଙ୍କ ମତରେ ଦୀର୍ଘ ଦିନ ଏସି ବନ୍ଦ ଥିଲା ଏବଂ ଏହାର ସର୍ଭିସ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.