Latest Odisha News

BREAKING NEWS

ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆରେ ରଥରେ ପୂଜା ପାଇଲେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଆଜି ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ଗୁଣ୍ଡିଚା ଯାତ୍ରା କରିଛନ୍ତି । ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ଠାରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ନ’ହୋଇଥିଲେ ମଧ୍ୟ ରଥରେ ପୂଜିତ ହେଲେ ଠାକୁର ।

ସକାଳେ ଶ୍ରୀଜଗନ୍ନାଥ ମନ୍ଦିରରୁ ପହଣ୍ଡି କରି ରଥରେ ବିରାଜମାନ କରାଯାଇଥିଲା । ପରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରା ପହଁରା ସଂପାଦିତ ହୋଇଥିଲା ।

ଠାକୁରଙ୍କୁ ବିଧି ଅନୁଯାୟୀ ପୂଜା ପରେ ମନ୍ଦିର ପରିସରରେ ଏକ ଘରେ ଠାକୁରଙ୍କୁ ନିଆଯାଇଥିଲା । ଏହି ପାରମ୍ପରିକ ଉତ୍ସବକୁ ଭୁବନ ବିହାରୀ ପଟ୍ଟନାୟକ, ସହଦେବ ବିଶ୍ୱାଳ, ମଦନ ବିଶ୍ୱାଳ, ଲିଟୁ, ରିଲା ପ୍ରମୁଖ ଭକ୍ତବୃନ୍ଦ ପରିଚାଳନା କରିଥିଲେ ।

Leave A Reply

Your email address will not be published.