Latest Odisha News

BREAKING NEWS

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ

ପୁରୀ: ରଥାରୁଢ଼ ହେଲେ ଶ୍ରୀଜିଉ । ଧାଡ଼ି ପହଣ୍ଡିରେ ରଥକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ପହଣ୍ଡିରେ ଆସିଥିଲେ ଶ୍ରୀସୁଦର୍ଶନ । ଦେବଦଳନ ରଥରେ ବିଜେ କରିଥିଲେ । ପରେ ପରେ ବଡ଼ଦେଉଳରୁ ବାହାରିଥିଲେ ଶ୍ରୀବଳଭଦ୍ର । ସେବାୟତଙ୍କ ଗହଣରେ ଟାହିଆ ହଲାଇ ତାଳଧ୍ୱଜ ରଥରେ ବିଜେ କରିଛନ୍ତି ଶ୍ରୀବଳଭ୍ରଦ ।

ପରେ ପରେ ଧାଡ଼ି ପହଣ୍ଡିରେ ଆସିଥିଲେ ଦେବୀ ସୁଭଦ୍ରା । ଶେଷରେ ନୀଳକନ୍ଦରରୁ ବାହାରିଥିଲେ ନୀଳମଣି । ବାଇଶି ପାହାଚ ଡେଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଜଗତର ନାଥ ଶ୍ରୀଜଗନ୍ନାଥ । ଘଣ୍ଟଘଣ୍ଟା, କାହାଳୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଛନ୍ତି ।

ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ପହଣ୍ଡି ସରିଛି । ସାଢ଼େ ୮ଟାରୁ ସାଢ଼େ ୧୧ଟା ଭିତରେ ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲିଛି ।

ଅପରାହ୍ମ ୧୨ଟା ୪୫ରୁ ୨ଟା ଭିତରେ ତିନି ରଥରେ ଛେରା ପହଁରା କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଅପରାହ୍ଣ୨ଟାରୁ ୩ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ । ୩ଟାରୁ ଆରମ୍ଭ ହେବ ରଥଟଣା ।

Leave A Reply

Your email address will not be published.