Latest Odisha News

BREAKING NEWS

ଜଗାକୁ ଦେଖିଲା ସାରା ଜଗତ

ପୁରୀ: ରଥଯାତ୍ରାରେ ଜନ୍ମବେଦୀ ବିଜେ କରିବାକୁ ନୀଳକନ୍ଦରରୁ ବାହାରି ଆସିଛନ୍ତି ମହାପ୍ରଭୁ । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡରେ ବିଜେ କରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିଲା ସାରା ଦୁନିଆ । ଜଗାକୁ ଦେଖିଲା ଜଗତ । କଳା ବଦନକୁ ଦେଖି ଭକ୍ତର ମନ ପ୍ରଫୁଲ୍ଲିତ ହୋଇଯାଇଛି । ଭାବ ବିନୋଦିଆ କାଳିଆ ଠାକୁରଙ୍କ ରଥଯାତ୍ରାରେ ଭକ୍ତ ସାମିଲ ସାମିଲ ହୋଇପାରିଲେ ନାହିଁ । କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇଥିଲେ ବି ଭକ୍ତିକୁ କଣ କମ୍ କରି ପାରିବ ।

ଆଜି ଟାହିଆ ହଲାଇ ବଡ଼ଦେଉଳରୁ ବଡ଼ଦାଣ୍ଡକୁ ବିଜେ କରିବା ବେଳେ ଘରେ ଟିଭି ପରଦାରେ ପ୍ରଭୁ ଶ୍ରୀଜଗନ୍ନାଙ୍କୁ ଦେଖି ଭକ୍ତି ଭାବବିହ୍ୱଳ ହୋଇ ପଡ଼ିଛନ୍ତି । ମହାପ୍ରଭୁଙ୍କ ସେହି ଦିବ୍ୟ ରୂପକୁ ଦର୍ଶନ କରି ସାରା ଦୁନିଆ ଭକ୍ତିରେ ବୁଡ଼ିଯାଇଛି ।

ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନ ରଥାରୁଢ଼ ହୋଇଥିଲେ । ପରେ ପରେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ଆଣି ରଥ ଉପରେ ବିରାଜମାନ କରାଇଛନ୍ତି ସେବାୟତ । ଶେଷରେ ଝୁଲି ଝୁଲି ସେବାୟତଙ୍କ ଗହଣରେ ପାଇଶି ପାହଚରୁ ଧିରେ ଧିରେ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଜଗତରନାଥ ଶ୍ରୀଜଗନ୍ନାଥ । ସିଂହଦ୍ୱାର ନିକଟରେ ଘଡ଼ିଆ ଠିଆ ହୋଇ ପତିତଜନଙ୍କୁ ଚକାନୟନରେ ଦେଖିଥିଲେ ।

Leave A Reply

Your email address will not be published.