ପୁରୀ: ରଥଯାତ୍ରାରେ ଜନ୍ମବେଦୀ ବିଜେ କରିବାକୁ ନୀଳକନ୍ଦରରୁ ବାହାରି ଆସିଛନ୍ତି ମହାପ୍ରଭୁ । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡରେ ବିଜେ କରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିଲା ସାରା ଦୁନିଆ । ଜଗାକୁ ଦେଖିଲା ଜଗତ । କଳା ବଦନକୁ ଦେଖି ଭକ୍ତର ମନ ପ୍ରଫୁଲ୍ଲିତ ହୋଇଯାଇଛି । ଭାବ ବିନୋଦିଆ କାଳିଆ ଠାକୁରଙ୍କ ରଥଯାତ୍ରାରେ ଭକ୍ତ ସାମିଲ ସାମିଲ ହୋଇପାରିଲେ ନାହିଁ । କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇଥିଲେ ବି ଭକ୍ତିକୁ କଣ କମ୍ କରି ପାରିବ ।

ଆଜି ଟାହିଆ ହଲାଇ ବଡ଼ଦେଉଳରୁ ବଡ଼ଦାଣ୍ଡକୁ ବିଜେ କରିବା ବେଳେ ଘରେ ଟିଭି ପରଦାରେ ପ୍ରଭୁ ଶ୍ରୀଜଗନ୍ନାଙ୍କୁ ଦେଖି ଭକ୍ତି ଭାବବିହ୍ୱଳ ହୋଇ ପଡ଼ିଛନ୍ତି । ମହାପ୍ରଭୁଙ୍କ ସେହି ଦିବ୍ୟ ରୂପକୁ ଦର୍ଶନ କରି ସାରା ଦୁନିଆ ଭକ୍ତିରେ ବୁଡ଼ିଯାଇଛି ।

ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନ ରଥାରୁଢ଼ ହୋଇଥିଲେ । ପରେ ପରେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ଆଣି ରଥ ଉପରେ ବିରାଜମାନ କରାଇଛନ୍ତି ସେବାୟତ । ଶେଷରେ ଝୁଲି ଝୁଲି ସେବାୟତଙ୍କ ଗହଣରେ ପାଇଶି ପାହଚରୁ ଧିରେ ଧିରେ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଜଗତରନାଥ ଶ୍ରୀଜଗନ୍ନାଥ । ସିଂହଦ୍ୱାର ନିକଟରେ ଘଡ଼ିଆ ଠିଆ ହୋଇ ପତିତଜନଙ୍କୁ ଚକାନୟନରେ ଦେଖିଥିଲେ ।
BREAKING NEWS
- ଜାହୀର ହେଲେ ଚେନ୍ନାଇର ନୂଆ କୋଚ
- ପ୍ରତିରକ୍ଷା କ୍ଷେତ୍ରରେ ୫୮୬ କୋଟି ଟଙ୍କାର ବଡ଼ ଚୁକ୍ତି :କାହିଁକି ଭାରତୀୟ ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ?
- ୭୦୦ ଗ୍ରାମ୍ ଓଜନ ପାଇଁ ଭାଙ୍ଗିଲା ଗୋଲ୍ଡ ସ୍ୱପ୍ନ: ଏସିଆନ୍ ଗେମ୍ସରେ ସୁଚିକାଙ୍କ ବିବାଦୀୟ ପରାଜୟ
- ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇ ଦେଲେ ପୁରୀ ସେବାୟତ
- Asian Games 2026:ଦମଦାର ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ କବାଡ଼ି ଦଳ;ଆୟୋଜକ ଜାପାନକୁ…
- ରଶ୍ମିକାଙ୍କ MYSAA ଟିଜର୍
- ବ୍ରିଟେନରୁ ଚୋରି, ଚୀନରେ ବିକ୍ରି: ଲଣ୍ଡନରେ ଆଇଫୋନ୍ ଲୁଟ୍ ପଛର ବଡ଼ ରହସ୍ୟ
- ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ସବୁଜ ଅଳେଇଚ, ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ନିଜ ଷ୍ଟାଇଲରେ ବିବାହ ଗୁଜବକୁ ଖଣ୍ଡନ କଲେ ସମୟ ରୈନା, କହିଲେ- ‘ଆମକୁ ବାହାଘର ଘୁଞ୍ଚାଇବାକୁ ପଡ଼ିବ’
- ସ୍ମାର୍ଟଫୋନ୍ ପାଇଁ ସୁନା ବିକ୍ରି! ଦିଲ୍ଲୀ ବ୍ୟକ୍ତିଙ୍କ କାରନାମା ଦେଖି ହତବାକ୍ ଶିଳ୍ପପତି ହର୍ଷ ଗୋଏଙ୍କା

Comments are closed.