Latest Odisha News

BREAKING NEWS

ବଡ଼ଦାଣ୍ଡ ଦୁଲୁକୁଛି ଭକ୍ତଙ୍କ ଭିଡ଼ରେ: ଝୁଲି ଝୁଲି ପହଣ୍ଡି ବିଜେ କରୁଛନ୍ତି ଚତୁର୍ଦ୍ଧା ମୂରତି…

ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ସମସ୍ତ ରତ୍ନବେଦୀ ନିକଟରେ ସମସ୍ତ ପାରମ୍ପରିକ ନୀତିକାନ୍ତି ସମାପ୍ତ ପରେ ଚତୁର୍ଦ୍ଦା ମୂରତୀ ପହଣ୍ଡି ବିଜେ କରୁଛନ୍ତି । ବଡ଼ଠାକୁର ଶ୍ରୀବଳଭଦ୍ର ନାଚି ନାଚି ଦ୍ରୁତ ଗତିରେ ରଥପାଖକୁ ଝପଟି ଆସୁଥିବାର ଦେଖାଗଲା । ଚକ୍ରରାଜ ସୁଦର୍ଶନଙ୍କୁ ଦ୍ରୁତଗତିରେ ଟେକି ଟେକି ଆଣି ମା’ ସୁଭଦ୍ରାଙ୍କ ରଥରେ ଆସୀନ କରାଇଲେ ।

ଆଜି ନିର୍ଦ୍ଧାରିତ ସମୟର ଏକଘଣ୍ଟା ପୂର୍ବରୁ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି ।


ସକାଳ ୯ଟା ୩୦ ସମୟରେ ପହଣ୍ଡି ଆରମ୍ଭ ହୋଇଥାଆନ୍ତା ମାତ୍ର ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଛି ଆକର୍ଷଣୀୟ ପହଣ୍ଡି ବିଜେ ।

ଶ୍ରୀଜଗନ୍ନାଥଙ୍କୁ କୁହାଯାଏ ‘ପତିତ ପାବନ’ । ପତିତ ଅର୍ଥାତ୍ ନୀଚ, ପାବନ ଅର୍ଥାତ୍ ପବିତ୍ର ।  ପତିତ ମାନଙ୍କୁ ଉଦ୍ଧାରିବା ଲାଗି ମହାପ୍ରଭୁଙ୍କ ପବିତ୍ର ଶରୀର ଦାରୁବ୍ରହ୍ମରେ ବିଦ୍ୟମାନ । ସ୍ୱୟଂ ଭଗବାନ ଭକ୍ତଙ୍କ ଗହଣରେ ରହି ନିଜର ମାନବୀୟ ଲୀଳାକୁ ଜଗତର ହିତାର୍ଥେ ପ୍ରଦର୍ଶନ କରୁଛନ୍ତି ଏହି ରଥଯାତ୍ରା ଅବସରରେ । ବିଭିନ୍ନ ଧର୍ମ ସମ୍ପ୍ରଦାୟର ଭକ୍ତମାନଙ୍କର ସମାଗମରେ ବଡ଼ଦାଣ୍ଡ ଦୁଲୁକୁଛି ।

ଭକ୍ତମାନଙ୍କର ମୁଖ୍ୟ ଆକର୍ଷଣ ଦାରୁବ୍ରହ୍ମ ରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ତାଙ୍କର ମାନବୀୟ ଲୀଳା କରିବାକୁ ରଥାରୁଢ ହେଲେ । ଭକ୍ତମାନଙ୍କୁ ଟିକେ ଦର୍ଶନ ଦେବାକୁ ନିଜେ ଟିକେ ଭକ୍ତମାନଙ୍କ ମେଳରେ ନିଜକୁ ହଜାଇଦେବାକୁ ମହାପ୍ରଭୁ ରଥରେ ଉପବେଶନ କଲେ । ଶାସ୍ତ୍ରରେ ଉଲ୍ଲେଖ ରହିଛି, ‘ଦୋଳେ ଚ ଦୋଳଗୋବିନ୍ଦମ୍, ଚାପେ ଚ ମଧୂସୁଦନଂ । ରଥେ ତ୍ୱଂ ବାମନଂ ଦୃଷଟ୍ୱା, ପୁନର୍ଜନ୍ମଂ ନ ବିଦ୍ୟତେ’ । ମହାପ୍ରଭୁଙ୍କ ଅପୂର୍ବ ପହଣ୍ଡି ଦର୍ଶନ କରିବା ପରେ ଭକ୍ତମାନେ ରଥାରୂଢ ନାଥଙ୍କୁ ଦର୍ଶନ କରି ନିଜର ନିଜକୁ ଧନ୍ୟ ମନେକରୁଛନ୍ତି । ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ଟିକକ ଦର୍ଶନ ମାତ୍ରେ ହିଁ ମଣିଷ ପାପ/ତାପରୁ ମୁକ୍ତି ପାଇଥାଏ ।

ବଡ଼ଠାକୁର ଶ୍ରୀବଳଭଦ୍ର ନାଚି ନାଚି ଦ୍ରୁତ ଗତିରେ ରଥପାଖକୁ ଝପଟି ଆସୁଥିବାର ଦେଖାଗଲା । ଚକ୍ରରାଜ ସୁଦର୍ଶନଙ୍କୁ ଦ୍ରୁତଗତିରେ ଟେକି ଟେକି ଆଣି ମା’ ସୁଭଦ୍ରାଙ୍କ ରଥରେ ଆସୀନ କରାଇଲେ । ମନୁଆ କାଳିଆ ଜଗତର ନାଥ ଶ୍ରୀଜଗନ୍ନାଥ ଆଜି ବେଶ୍ ସୁନ୍ଦର ଦିଶୁଥିଲେ । ମହାପ୍ରଭୁଙ୍କ ଗୋଲ ଗୋଲ ଚକାଆଖିକୁ ଦେଖି ଲକ୍ଷାଧିକ ଭକ୍ତମାନେ ସେମାନଙ୍କର ଚକ୍ଷୁଯୁଗଳକୁ ପବିତ୍ର କରିପାରିଛନ୍ତି ।

ମନୁଆ କାଳିଆ ଜଗତର ନାଥ ଶ୍ରୀଜଗନ୍ନାଥ ଆଜି ବେଶ୍ ସୁନ୍ଦର ଦିଶୁଛନ୍ତି । ପହଣ୍ଡିରେ ଝୁଲି ଝୁଲି ମହାପ୍ରଭୁ ଶ୍ରୀଜଗନ୍ନାଥ ବାଇସି ପାହାଚ ଓ ପରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ବାହାରକୁ ଆସିଲେ । ଶହଶହ ଘଣ୍ଟଘଣ୍ଟା ନାଦ, ଶଙ୍ଖଧ୍ୱନୀ ତଥା ବ୍ରାହ୍ମଣ ମାନଙ୍କ ମନ୍ତ୍ରୋଚାରଣରେ ଅରୁଣସ୍ତମ୍ଭ ନିକଟରେ ଏକ ଅପୂର୍ବ ଆଧ୍ୟାତ୍ମିକ ଭାବନା ଉଦ୍ରେକ ହେଉଛି ।ମହାପ୍ରଭୁଙ୍କ ଗୋଲ ଗୋଲ ଚକାଆଖିକୁ ଦେଖି ଲକ୍ଷାଧିକ ଭକ୍ତମାନେ ସେମାନଙ୍କର ଚକ୍ଷୁଯୁଗଳକୁ ପବିତ୍ର କରିପାରିଛନ୍ତି ।

ମହାପ୍ରଭୁ ବେଶ୍ ଖୁସି ମନରେ ବାଇସି ପାହାଚପରେ ଝୁଲି ଝୁଲି ନାଚି ନାଚି ବେଶ୍ ଉତଫୁଲ୍ଲ ବଦନରେ ପହଣ୍ଡିରେ ବିଜେ କରିଛନ୍ତି । ମଥାରେ କୀରିଟ ସାଙ୍ଗକୁ ସୁନ୍ଦର ଟାହିଆରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରୂପ ଆଜି ଅବର୍ଣ୍ଣନୀୟ ଦିଶୁଛି ।

Leave A Reply

Your email address will not be published.