Latest Odisha News

ଆସନ୍ତୁ ଜାଣିବା ଜାପାନର ଠେକୁଆ ଦ୍ୱୀପ ସମ୍ପର୍କରେ..

ଟୋକିଓ: ଠେକୁଆରେ ଭର୍ତି ଜାପାନର ଓକୁନୋଶିମା ଦ୍ୱୀପ ଏବେ ପର୍ଯ୍ୟଟକଙ୍କୁ ବେଶ ପସନ୍ଦ ଆସୁଛି । ତେବେ ଆସନ୍ତୁ ଜାଣିବା ଏହି ନିର୍ଜନ ଦ୍ୱୀପକୁ ଏତେ ମାତ୍ରାରେ ଠେକୁଆ କିପରି ଆସିଲେ । ଏକ ମିଡିଆ ରିପୋର୍ଟ ଅନୁସାରେ ୧୯୨୯ରୁ ୧୯୪୫ ମଧ୍ୟରେ ଜାପାନ ସାରା ଦୁନିଆକୁ ଲୁଚାଇ ଏକ ବିଷାକ୍ତ ଗ୍ୟାସ ପ୍ରସ୍ତୁତ କରିଥିଲା । ୬ ହଜାର ଟନର ଏହି ଗ୍ୟାସର ପ୍ରଭାବକୁ ପରୀକ୍ଷା କରିବା ପାଇଁ ଓକୁନୋଶିମା ଦ୍ୱୀପରେ ଠେକୁଆଙ୍କୁ ଛଡା ଯାଇଥିଲା । ଏହା ପରେ ଏହି ଗ୍ୟାସର ପ୍ରଭାବ କଣ ରହିଲା ସେ ସମ୍ପର୍କରେ ଆଉ କୌଣସି ଡାଟା ମିଳି ନ ଥିଲା ।ସେବେଠାରୁ ଏହି ଦ୍ୱୀପରେ କିନ୍ତୁ ଦ୍ରୁତ ବେଗରେ ଠେକୁଆଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ଏବେ ଅବଶ୍ୟ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ମନୋରଂଜନର ସ୍ଥାନ ପାଲଟିଛି । ହୋଟେଲ, ରେଷ୍ଟରାଂଟଠାରୁ ଆରମ୍ଭ ରାସ୍ତା ଘାଟ ସବୁ କିଛି ଏଠାରେ ନିର୍ମାଣ ହୋଇସାରିଲାଣି । ପରିବେଶ ଏବଂ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବାରେ ଲାଗିଛି । ଏଠାରେ ଏକ ସଂଗ୍ରହାଳୟରେ ବିଷାକ୍ତ ଗ୍ୟାସର ପ୍ରଭାବ ସମ୍ପର୍କରେ ଏକ ବିଭିନ୍ନ ଚିତ୍ର/ଫଟୋ ସ୍ଥାନ ପାଇଛି ।

Comments are closed, but trackbacks and pingbacks are open.