Latest Odisha News

BREAKING NEWS

ହଷ୍ଟେଲ ଛାତରୁ ପଡି ରେଭେନ୍ସା ଛାତ୍ରୀଙ୍କ ମୁତ୍ୟୁ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଛାତ୍ରୀଙ୍କର ନାମ କୁଶଧର ବାଗ ହୋଇଥିବା ବେଳେ ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ହୋଇଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ ମୃତ ଛାତ୍ରୀ ଜଣଙ୍କ ରେଭେନ୍ସାର ନ୍ୟୁ ହଷ୍ଟେଲରେ ରହୁଥିôବା ବେଳେ ରାଜନୀତି ବିଜ୍ଞାନରେ ପିଏଚଡି କରୁଥିଲେ । ଆହୁରି ମଧ୍ୟ ସେ କେଉଁ ପରିସ୍ଥିତିରେ ବା କାହିଁକି ରାତିରେ ଛାତ ଉପରକୁ ଯାଇଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ମାଲଗୋଦାମ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.