Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୦୨ଟି ପଞ୍ଚାୟତ ପାଇଁ ୪୬.୭୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୬.୭୮ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କର, ଜଗତସିଂହପୁର ଜିଳ୍ଳାର ବାଲିକୁଦା, ନୟାଗଡ ଜିଲ୍ଲାର ଓଡଙ୍ଗା, ମୟୁରଭଂଜ ଜିଲ୍ଲାର ଠାକୁରମୁଣ୍ଡା, କେନ୍ଦୁଝର ଜିଲ୍ଲାର ବଂଶପାଳ ଓ ଆନନ୍ଦପୁର, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା (ସୋରଡା-କୁଲାଙ୍ଗି), ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, ସମ୍ବଲପୁର ଜିଲ୍ଲାର ଯୁଜୁମରା ଓ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ବାଲିଶଙ୍କର ବ୍ଲକର ୧୯ ଟି ପଚାଂୟତ ପାଇଁ ୩.୮୦ କୋଟି ଟଙ୍କାରେ ୧୨୬ ଟି ପ୍ରକଳ୍ପ ,ବାଲିକୁଦା ବ୍ଲକର ୩୦ଟି ପଚାଂୟତ ପାଇଁ ୬.୫୦ କୋଟି ଟଙ୍କାରେ ୪୧୬ ଟି ପ୍ରକଳ୍ପ, ଓଡଗାଁ ବ୍ଲକର ୩୬ ଟି ପଚାଂୟତ ପାଇଁ ୮.୨୫ କୋଟି ଟଙ୍କାରେ ୩୭୫ଟି ପ୍ରକଳ୍ପ, ଠାକୁରମୁଣ୍ଡା ବ୍ଲକର ୧୮ ଟି ପଚାଂୟତ ପାଇଁ ୪.୫୦ କୋଟି ଟଙ୍କାରେ ୨୦୧ଟି ପ୍ରକଳ୍ପ, ଯୁଜୁମରା ବ୍ଲକର ୧୮ ଟି ପଚାଂୟତ ପାଇଁ ୪.୧୪ କୋଟି ଟଙ୍କାରେ ୨୧୭ଟି ପ୍ରକଳ୍ପ, ବଂଶପାଳ ବ୍ଲକର ୨୧ ଟି ପଚାଂୟତ ପାଇଁ ୪.୬୨ କୋଟି ଟଙ୍କାରେ ୧୪୭ ଟି ପ୍ରକଳ୍ପ, ଆନନ୍ଦପୁର ବ୍ଲକର ୧୮ ଟି ପଚାଂୟତ ପାଇଁ ୪.୭୨ କୋଟି ଟଙ୍କାରେ ୧୩୦ ଟି ପ୍ରକଳ୍ପ, ବେଲଗୁଣ୍ଠା ବ୍ଲକର ୧୯ଟି ପଚାଂୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୪୭ଟି ପ୍ରକଳ୍ପ, ଡାବୁଗାଁ ବ୍ଲକର ୧୨ ଟି ପଚାଂୟତ ପାଇଁ ୩ କୋଟି ଟଙ୍କାରେ ୧୩୦ ଟି ପ୍ରକଳ୍ପ ଓ ତୁମୁଡିବନ୍ଧ ବ୍ଲକର ୧୧ ଟି ପଚାଂୟତ ପାଇଁ ୨.୫୦ କୋଟି ଟଙ୍କାରେ ୬୪ ଟି ପ୍ରକଳ୍ପ । ଏହିପରି ସମୁଦାୟ ୧୦ଟି ବ୍ଲକର ୨୦୨ ଟି ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ୪୬.୭୮ କୋଟି ଟଙ୍କାରେ ୧୯୫୭ ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୧୦ ଟି ବ୍ଲକର ୪୫୭୫ ଟି ଗ୍ରାମ ପଚାଂୟତ ସହିତ ଆଲୋଚନ ମାଧ୍ୟମରେ ୪୧୯୩୨ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୦୩୪.୬୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନା ଅନୁଯାୟୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରମଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ପଚାଂୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ,ଜିଲ୍ଲାପାଳ ଓ ପଚାଂୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.