Latest Odisha News

BREAKING NEWS

[ଭିଡିଓ] ବାର୍ଦ୍ଧକ୍ୟ ଭତ୍ତା ପାଇଁ ଭାରରେ ବୁହାହେଲେ ୭୬ ବର୍ଷୀୟା ବୃଦ୍ଧା

ରାୟଗଡା: ରାଜ୍ୟର ସମସ୍ତ ଜିଲ୍ଲା ତଥା ଗ୍ରାମାଂଚଳରେ ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଭିନ୍ନ ଚିତ୍ର । ରାସ୍ତାଘାଟର ଅବ୍ୟବସ୍ଥା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୀର୍ଘ ୨ କି.ମି ଭାରରେ ବୁହା ହେଲେ ୭୬ ବର୍ଷୀୟା ବୃଦ୍ଧା ।

ପୂର୍ବରୁ ଅନାହାର ମୃତ୍ୟୁ ଓ ଜନନୀ ଯନ୍ତ୍ରଣା ପାଇଁ ଲଜ୍ଜା ମୁଣ୍ଡାଇଥିବା କାଶୀପୁରରୁ ସାମ୍ନାକୁ ଆସିଛି ଦୁର୍ଭାଗ୍ୟଜନକ ଦୃଶ୍ୟ । କୁଡିପାରି ପଂଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଗାଁର ସୁକୁରୀ ଗୌଡଙ୍କୁ ତାଙ୍କ ଦୁଇ ପୁଅ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏକ ଭାରରେ ଦୀର୍ଘ ୨ କି.ମି ବୋହିଥିଲେ । ଏଥିପାଇଁ ସେମାନଙ୍କୁ ଦୁଇଟି ଝରଣା ମଧ୍ୟ ପାର କରି ଯିବାକୁ ପଡିଥିଲା । ଏହି ଘଟଣାକୁ ନେଇ ବର୍ତ୍ତମାନ ରାୟଗଡା ଜିଲ୍ଲା ଚର୍ଚ୍ଚାକୁ ଆସିଛି ।

ଦୁର୍ଗମ ଇଲାକାରେ ଯାତାୟାତ ସୁବିଧା କରିବା ଲାଗି ସରକାର ଯୋଜନା ପରେ ଯୋଜନା କରିଛନ୍ତି । ହେଲେ ଏବେ ବି ଅପଂହଚ ଇଲାକରେ ରହୁଥିବା ଲୋକମାନେ ମୌଳିକ ସୁବିଧା ପାଇବାରୁ ବଂଚିତ ରହିଛନ୍ତି । ଗମନାଗମନଠାରୁ ଆରମ୍ଭ କରି ପାନୀୟ ଜଳ ଭଳି ଅନେକ ସମସ୍ୟା ଲାଗି ରହିଛି । ତେବେ ଗରିବ ତଥା ଦୁର୍ଗମ ଇଲାକାରେ ରହୁଥିବା ଲୋକଙ୍କ ପାଇଁ କାଗଜ କଲମରେ ନୁହେଁ ବରଂ ଯୋଜନାଗୁଡିକୁ ବାସ୍ତବ ରୂପ ଦେବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.