Latest Odisha News

BREAKING NEWS

ଚାଞ୍ଚଲ୍ୟ ଘଟଣା! ୬ ମାସର ଗର୍ଭବତୀ ହେଲେ ୬ଷ୍ଠ ଶ୍ରେଣୀ ଛାତ୍ରୀ

ରାୟଗଡ଼ା: ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ଜିଲ୍ଲାରେ ଜଣେ ୧୪ ବର୍ଷିୟ ଷଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ହୋଇଛନ୍ତି। ଏହା ଜଣାପଡିବା ପରେ ଶନିବାର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ ମଙ୍ଗଳ କମିଟି ନିକଟରେ ନାବାଳିକାଙ୍କୁ ହାଜର କରାଯାଇଛି। ଉକ୍ତ ନାବାଳିକାଙ୍କୁ ସମସ୍ତ ବିଷୟରେ ପଚରାଉଚରା କରିଛି ଶିଶୁ କଲ୍ଯାଣ କମିଟି।

ସୂଚନାନୁସାରେ, ରାୟଗଡା ସଦର ବ୍ଲକର ଜଣେ ୧୭ ବର୍ଷର ନାବାଳକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ଉକ୍ତ ନାବାଳିକା ସହ ନାବାଳକର ପ୍ରେମ ସଂପର୍କ ରହିଥିଲା । ଏହାପରେ ଶାରିରୀକ ସଂପର୍କ ଗଢି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ ନାବାଳିକାର ପରିବାର ଲୋକେ ଝିଅକୁ ନାବାଳକର ଘରେ ଛାଡି ଦେଇଥିଲେ ।

ଅନ୍ଯପଟେ ଘଟଣାର ତଦନ୍ତ ଚାଲିଛି ବୋଲି ସିଡବ୍ଲୁସି ଚେୟାରମ୍ୟାନ ସୂଚନା ଦେଇଛନ୍ତି ।

 

Comments are closed.